ଇସଲାମାବାଦ : ୭୦୦ କିଲୋମିଟର ଲକ୍ଷ୍ୟଭେଦ କ୍ଷମତା ବାବର କ୍ରୁଜ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରିଛି ପାକିସ୍ତାନ । କ୍ଷେପଣାସ୍ତ୍ରରେ ଉନ୍ନତ ଜ୍ଞାନ କୌଶଳର ଏରୋଡାଏନେମିକ୍ସ ଓ ଏଭିୟୋନିକ୍ସ ସଂଯୋଗ ରହିଛି। ଯାହା ଦ୍ଵାରା କ୍ଷେପଣାସ୍ତ୍ର ଭୂପୃଷ୍ଠ ଏବଂ ସମୁଦ୍ର ଉଭୟରୁ ଲକ୍ଷ୍ୟ ଭେଦ କରି ପାରିବ।
ସ୍ଵଦେଶ ନିର୍ମିତ ବାବର କ୍ରୁଜ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରିଛି ପାକିସ୍ତାନ। ଏହି କ୍ଷେପଣାସ୍ତ୍ର ପାରମ୍ପରିକ ଓ ଅଣ ପାରମ୍ପରିକ ଅସ୍ତ୍ରଶସ୍ତ୍ର ନେଇ ଯିବାର କ୍ଷମତା ରହିଛି। ଏହାର ଲକ୍ଷ୍ୟଭେଦ କ୍ଷମତା ୭୦୦ କିଲୋମିଟର ରହିଛି। ଭାରତର ଅନେକ ସହର ଏହି କ୍ଷେପଣାସ୍ତ୍ରର ନିଶାଣରେ ରହି ପାରିବ।
ପାକିସ୍ତାନୀ ସେନା କ୍ଷେପଣାସ୍ତ୍ର ପରୀକ୍ଷଣର ସୂଚନା ଦେଇଛନ୍ତି। ସେନା କହିଛି ଯେ, ବାବର ସିଷ୍ଟମ-୧(ବି) କମ ଉଚ୍ଚତାରେ ଉଡାଣ ଭରି ପାରୁଥିବା ଏକ କ୍ଷେପଣାସ୍ତ୍ର। ଏଥିରେ କିଛି ଖାସ୍ ଫିଚର ରହିଛି ଯାହା ପ୍ରତ୍ୟେକ ଧରଣର ଅସ୍ତ୍ରଶସ୍ତ୍ର ବହନ କରିବାର କ୍ଷମତା ରଖିଛି। କ୍ଷେପଣାସ୍ତ୍ରରେ ଉନ୍ନତ ଜ୍ଞାନ କୌଶଳର ଏରୋଡାଏନେମିକ୍ସ ଓ ଏଭିୟୋନିକ୍ସ ସଂଯୋଗ ରହିଛି। ଯାହା ଦ୍ଵାରା କ୍ଷେପଣାସ୍ତ୍ର ଭୂପୃଷ୍ଠ ଏବଂ ସମୁଦ୍ର ଉଭୟରୁ ଲକ୍ଷ୍ୟ ଭେଦ କରି ପାରିବ। ରଣନୀତି ଦୃଷ୍ଟିରୁ ପାକିସ୍ତାନ ପାଇଁ ଏହା ଏକ ମହତ୍ଵପୂର୍ଣ୍ଣ କ୍ଷେପଣାସ୍ତ୍ର। ପାକ୍ ରାଷ୍ଟ୍ରପତି ମାମୁନ ହୁସୈନ ଓ ପ୍ରଧାନମନ୍ତ୍ରୀ ସାହିଦ ଖାକନ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ପାଇଁ ବୈଜ୍ଞାନିକ ଓ ଇଞ୍ଜିନିୟରଙ୍କ ପ୍ରଶଂସା କରିଛନ୍ତି।