ବିଏସଏନଏଲର ସବୁଠାରୁ ଶସ୍ତା ଡାଟା ପ୍ୟାକ୍

0
862
bsnl offer easy data pack
bsnl offer easy data pack
ନୂଆଦିଲ୍ଲୀ :  ପ୍ରିପେଡ୍ ଗ୍ରାହକଙ୍କ ପାଇଁ ଏକ ଧମାକା ପ୍ୟାକ୍ ଲଂଚ୍ କରିଛି ବିଏସଏନଏଲ ।  ବିଏସଏନଏଲର ଏହି ଧମାକା ପ୍ଲାନର ଦାମ୍ ମାତ୍ର ୯୮ ଟଙ୍କା ରହିଛି । ଏହି ପ୍ଲାନ୍ ଅନୁସାରେ ଗ୍ରାହକମାନେ ମାତ୍ର ୨ଟଙ୍କା ୫୦ ପଇସା ମୂଲ୍ୟରେ ୧ ଜିବିର ଡାଟା ପାଇପାରିବେ । ଏପରିକି ୯୮ ଟଙ୍କାରେ ଗ୍ରାହକଙ୍କୁ ୩୯ ଜିବିର ଡାଟା ମିଳିବ ଯାହା ଜିଓ ପ୍ଲାନ ଅନୁସାରେ ଅତି ଶସ୍ତା । ଜିଓର ୧୪୯ ପ୍ଲାନରେ ଦୈନିକ ୧.୫ ଜିବି ଡାଟା ମିଳୁଛି । ଅର୍ଥାତ୍ ୧ଜିବି ଡାଟାର ମୂଲ୍ୟ ୩.୫୧ ଟଙ୍କା ଅଟେ ।
ଜିଓ ଶସ୍ତା ଡାଟା ପ୍ୟାକ୍ ଲଂଚ୍ କରିବା ପରେ ଅନ୍ୟ ସମସ୍ତ ମୋବାଇଲ୍ କମ୍ପାନୀ ମଧ୍ୟରେ ଚାଲିଥିବା ଡାଟା ୱାର୍ ଶେଷ ହେବାର ନା ଧରୁନାହିଁ  । ଦିନକୁ ଦିନ ବିଭିନ୍ନ ଟେଲିକମ୍ କମ୍ପାନୀ ଶସ୍ତା ଡାଟା ପ୍ଲାନ୍ ସହ ଅନଲିମିଟେଡ୍ କଲ୍ ରୋମିଂ ଆଦିର ଲୋଭନୀୟ ଅଫର ଦେଉଛନ୍ତି । ଏହା ମଧ୍ୟରେ ଏୟାରଟେଲ. ଜିଓ, ଭୋଡଫୋନ୍ ଏବଂ ଆଇଡିଆକୁ କଡା ଟକ୍କର ଦେବା ପାଇଁ ବିଏସଏନଏଲ ତାହାର ପ୍ରିପେଡ୍ ଗ୍ରାହକଙ୍କ ପାଇଁ ଏକ ଧମାକା ପ୍ୟାକ୍ ଲଂଚ୍ କରିଛି ।

ଜିଓର ୧୪୯ ପ୍ଲାନରେ ଦୈନିକ ୧.୫ ଜିବି ଡାଟା ମିଳୁଛି । ଅର୍ଥାତ୍ ୧ଜିବି ଡାଟାର ମୂଲ୍ୟ ୩.୫୧ ଟଙ୍କା ଅଟେ ।  ବିଏସଏନଏଲ୍ ଏହି ପ୍ଲାନରେ ଦୈନିକ ୧.୫ ଜିବି ଡାଟା ପ୍ରଦାନ କରିବ । ଏହାର ବୈଧତା ମଧୟ ୨୬ ଦିନ ରହିବ । କମ୍ପାନୀର ଏହି ପ୍ଲାନ ଦେଶର ସମସ୍ତ ସର୍କଲରେ ଆକ୍ଟିଭ୍ ହୋଇଯାଇଛି । କିନ୍ତୁ ଏହି ପ୍ଲାନର ଏକ ଅସୁବିଧା ହେଉଛି କି ଏଥିରେ କଲ୍ କରିବା ପାଇଁ ସୁବିଧା ମିଳିବ ନାହିଁ ।  କିନ୍ତୁ ଜିଓର ୧୪୯ ପ୍ଲାନରେ ଅନଲିମିଟେଡ୍ କଲର ସୁବିଧା ରହିଛି ।

ଏହା ସହ ବିଏସଏନଏଲ୍ ୧୧୮ ଟଙ୍କାର ଏକ ନୂଆ ପ୍ଲାନ୍ ଲଂଚ୍ କରିଛି । ଯାହାର ବୈଧତା ରହିଛି ୨୮ ଦିନ । ଏହା ସହ ଏହି ପ୍ଲାନରେ ଗ୍ରାହକ ମାନେ ଅନଲିମିଟେଚ୍ କଲିଂର ସୁବିଧା ପାଇପାରିବେ । ତା ସହ ଦୈନିକ ୧ଜିବିର ଡାଟା ବ୍ୟବହାର କରିପାରିବେ ଗ୍ରାହକ ।