ବିଏସଏଫ କ୍ୟାମ୍ପ୍ ବାହାରେ ବିସ୍ଫୋରଣ : ୨ ଯବାନ ସହିଦ

0
774
bsf
bsf

ମଣିପୁର : ଇମ୍ଫାଲରେ ବିଏସଏଫ କ୍ୟାମ୍ପ୍ ବାହାରେ ଏକ ବଡ ଧରଣର ବିସ୍ଫୋରଣ ଘଟିଛି । ଏହି ଆଇଇଡି ବିସ୍ଫୋରଣରେ ୨ଜଣ ଯବାନ ସହିଦ ହୋଇଛନ୍ତି । ଏହାସହ କିଛି ସ୍ଥାନୀୟ ଅଂଚଳର ବ୍ୟକ୍ତି ମଧ୍ୟ ଆହତ ହୋଇଛନ୍ତି ।
ମଣିପୁରର ଇମ୍ଫାଲରେ ସୀମା ସୁରକ୍ଷା ବଳ ବା ବିଏସଏଫ କ୍ୟାମ୍ପ୍ ବାହାରେ ଏକ ବଡ ଧରଣର ବିସ୍ଫୋରଣ ଘଟିଛି । ଏଏନଆଇ ନ୍ୟୁଜ୍ ଏଜେନ୍ସିର ତଥ୍ୟାନୁସାରେ, ବିଏସଏଫ୍ କ୍ୟାମ୍ପ୍ ବାହାରେ ହୋଇଥିବା ଏହି ଆଇଇଡି ବିସ୍ଫୋରଣରେ ୨ଜଣ ଯବାନ ସହିଦ ହୋଇଛନ୍ତି । ଏହାସହ କିଛି ସ୍ଥାନୀୟ ଅଂଚଳର ବ୍ୟକ୍ତି ମଧ୍ୟ ଆହତ ହୋଇଛନ୍ତି । ବିସ୍ଫୋରଣ କେମିତି ହେଲା ଏବଂ କେଉଁ ଆତଙ୍କବାଦୀ ସଙ୍ଗଠନ ଏହାର ମାଷ୍ଟରମାଇଣ୍ଡ୍ ସେ ସମ୍ବନ୍ଧୀୟ କୌଣସି ସୂଚନା ମିଳିପାରି ନାହିଁ । ସୂଚନାଯୋଗ୍ୟ କି, ଏହି ବିସ୍ଫୋରଣ ବିଏସଏଫ୍ ମୁଖ୍ୟାଳୟସ୍ଥିତ କୋଇରଙ୍ଗା କ୍ୟାମ୍ପ୍ ନିକଟରେ ହୋଇଥିଲା । ପୋଲିସ୍ ଏହି ଘଟଣାର ପ୍ରାଥମିକ ତଦନ୍ତ ଆରମ୍ଭ କରିଦେଇଥିବା ସୂଚନା ମିଳିଛି । ଏହି ଘଟଣା ପଛରେ ଉଗ୍ରବାଦୀଙ୍କ ହାତ ଥିବା ସନ୍ଦେହ କରୁଛି ପୋଲିସ୍ ।