ବିଜୁବାବୁ ଯାହାବି କରୁଥିଲେ କଳିଙ୍ଗବାସୀଙ୍କ ପାଇଁ କରୁଥିଲେ : ରାଷ୍ଟ୍ରପତି

0
748
RAMNATHKOVIND
RAMNATHKOVIND
କଟକ : ବିଜୁବାବୁ ଯାହାବି କରୁଥିଲେ  କଳିଙ୍ଗବାସୀଙ୍କ ପାଇଁ କରୁଥିଲେ । ଆନନ୍ଦ ଭବନର ନାମକୁ ବିଜୁବାବୁ ଚରିତାର୍ଥ କରିଛନ୍ତି ବୋଲି କହିଛନ୍ତି ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ ।
ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ରାଷ୍ଟ୍ରପତି ରାମନାଥ କୋବିନ୍ଦ କଟକ ତୁଳସୀପୁର ସ୍ଥିତ ଆନନ୍ଦ ଭବନ ସଂଗ୍ରହାଳୟ ଓ ପାଠାଗାରକୁ ଉଦଘାଟନ କରିଛନ୍ତି । କଟକ ଇଣ୍ଡୋର ଷ୍ଟାଡିୟମରେ ଆୟୋଜିତ ସମାରୋହରେ ଯୋଗ ଦେଇ ରାଷ୍ଟ୍ରପତି କହିଛନ୍ତି , ଆମ ଜୀବନରେ ବିଜୁବାବୁଙ୍କ ଚିନ୍ତାଧାରାକୁ ଚିରିତାର୍ଥ କରିବା ଉଚିତ । ରାଷ୍ଟ୍ରପତି ସମାରୋହରେ ଓଡ଼ିଆରେ ନିଜର ଅଭିଭାଷଣ ଆରମ୍ଭ କରିଥିଲେ । ମୁଁ ଓଡ଼ିଶାର ପବିତ୍ର ମାଟି ଆଉ ଏହାର ଜନତାଙ୍କୁ ପ୍ରଣାମ ଜଣାଉଛି । ଏହା ପରେ ରାଷ୍ଟ୍ରପତି ବିଜୁବାବୁଙ୍କ ଉତ୍ସର୍ଗୀକୃତ ଜୀବନ ଉପରେ ଆଲୋକପାତ କରିଥିଲେ ।  ସ୍ୱାଧୀନତା ସଂଗ୍ରାମ ସମୟରେ ଦେଶରେ ଦୁଇଟି ଆନନ୍ଦ ଭବନ ଥିଲା । ଗୋଟିଏ ଆହ୍ଲାବାଦ ଓ ଅନ୍ୟଟି ଓଡ଼ିଶାର କଟକରେ ଥିଲା । ଏହା ସାଧାରଣ ଭବନ ନୁହେଁ । ଏଠାରେ ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେଉଥିବା ନେତାମାନେ ବସି ରଣନୀତି ପ୍ରସ୍ତୁତ କରୁଥିଲେ । ଆନନ୍ଦ ଭବନର ନାମକୁ ଚରିତାର୍ଥ କରି ରାଷ୍ଟ୍ରପତି କହିଛନ୍ତି, ଆନନ୍ଦ ଭବନ ହେଉଛି କଳିଙ୍ଗବାସୀଙ୍କୁ ଆନନ୍ଦ ଦେବା । ବିଜୁବାବୁଙ୍କ ଇତିହାସକୁ ମନେ ପକାଇବା ସହିତ ୧୯୩୭ରେ ଇଣ୍ଡୋନେସିଆରୁ ଭାରତକୁ ବିମାନ ଉଡ଼ାଇବାର ବୀରତ୍ୱ କଥା କହିଛନ୍ତି କୋବିନ୍ଦ । ତାଙ୍କୁ ଇସ୍ପାତ ପୁରୁଷ ଭାବେ ଗଣନା କରାଯାଏ ।

ରାଷ୍ଟ୍ରପତି ତାଙ୍କ ଅଭିଭାଷଣରେ ଉତ୍କଳ ଦିବସ ଉପଲକ୍ଷେ ଓଡ଼ିଶାବାସୀଙ୍କୁ ଆଗୁଆ ଶୁଭେଚ୍ଛା ଜଣାଇଛନ୍ତି । ବିଜୁବାବୁଙ୍କ ଉପରେ କେବଳ ଓଡ଼ିଶା ନୁହେଁ ସଂପୂର୍ଣ୍ଣ ଦେଶ ଗର୍ବ ଅନୁଭବ କରୁଛି ବୋଲି ରାଷ୍ଟ୍ରପତି କହିଛନ୍ତି । ଏହା ସହିତ ନେତାଜୀଙ୍କ ପୈତୃକ ବାସଭବନ ବୁଲି ମୁଁ ଧନ୍ୟ ହେଲି । ଓଡ଼ିଶାରେ ସଫଳ ବ୍ୟବସାୟୀଙ୍କ ପରିଚୟ ରହିଛି । ସେଥିପାଇଁ ଏଠାରେ ବାଲିଯାତ୍ରା ଅନୁଷ୍ଠିତ ହୁଏ ବୋଲି ରାଷ୍ଟ୍ରପତି କହିଛନ୍ତି ।

cm at ananda vaban ପ୍ରାରମ୍ଭ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାଗତ ଭାଷଣ ଦେବା ପରେ ରାଜ୍ୟପାଳ ଡା. ଏସସି ଜମୀର ଉଦବୋଧନ ଦେଇ ବିଜୁବାବୁଙ୍କ ସ୍ମୃତିଚାରଣ କରିଥିଲେ।