ବିଜୁ ଯୁବ ବାହିନୀରେ ସାମିଲ ହେବେ ୪ ଲକ୍ଷ ଯୁବକ ଯୁବତୀ

0
818
biju yuba bahini
biju yuba bahini

ଭୁବନେଶ୍ୱର :ବିଜୁ ଯୁବ ବାହିନୀରେ ସାମିଲ ହେବେ ୪ ଲକ୍ଷ ଯୁବକ ଯୁବତୀ । ଆସନ୍ତା ୩ ବର୍ଷ ମଧ୍ୟରେ ଏହି କାର୍ଯ୍ୟକ୍ରମ ନିମନ୍ତେ ୪୫,୦୪୯.୯ ଲକ୍ଷ ଟଙ୍କା ବ୍ୟୟ ହେବ । ବ୍ଲକ୍ ଓ ସହରାଂଚଳରେ ହେବ ମିନି ଷ୍ଟାଡିୟମ ।

ରାଜ୍ୟରେ ଅନ୍ୟୁନ ୮ହଜାର ବିଜୁ ଯୁବ ବାହିନୀ ଗଠନ କରାଯାଇ ୪ ଲକ୍ଷ ଯୁବକ ଯୁବତୀଙ୍କୁ ଏଥିରେ ସାମିଲ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଆସନ୍ତା ୩ ବର୍ଷ ମଧ୍ୟରେ ଏହି କାର୍ଯ୍ୟକ୍ରମ ନିମନ୍ତେ ୪୫,୦୪୯.୯ ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇଛି । ସେହିପରି ରାଜ୍ୟରେ ଏକ ଉତ୍କର୍ଷ ଖେଳକୁଦ ଏକାଡେମୀ ପ୍ରତିଷ୍ଠା ନିମନ୍ତେ ଭାରତ ଓ ଆର୍ନ୍ତଜାତୀୟ ଖେଳକୁଦ ସଂଘ ସହ ସରକାର ଚୁକ୍ତି କରିଛନ୍ତି ବୋଲି ରାଜ୍ୟ କ୍ରୀଡା ମନ୍ତ୍ରୀ ଚନ୍ଦ୍ର ସାରଥୀ ବେହେରା ସୂଚନା ଦେଇଛନ୍ତି । ଏହା ବ୍ୟତୀତ ରାଜ୍ୟ ସରକାର ଜାତୀୟ ପୁରଷ ଓ ମହିଳା ହକି ଦଳକୁ ଆସନ୍ତା ୫ବର୍ଷ ପାଇଁ ପ୍ରାୟୋଜିତ କରିବା ନିମନ୍ତେ ଭାରତୀୟ ହକି ସଂଘ ସହ ଚୁକ୍ତି ସ୍ୱାକ୍ଷର କରାଯାଇଛି ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି । ଶନିବାର ଦିନ ସଚିବାଳୟ ଠାରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଏସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା । ଏସମ୍ପର୍କରେ ସୂଚନା ଦେଇ ମନ୍ତ୍ରୀ କହିଥିଲେ ଯେ ବ୍ଲକ୍ ଓ ସହରାଂଚଳରେ ମିନି ଷ୍ଟାଡିୟମ ଯୋଜନା ପାଇଁ ୨୦ ଲକ୍ଷ ଟଙ୍କା ରାଜ୍ୟ ସରକାର ଏବଂ ଏମପି ଏମଏଲଏ ଲ୍ୟାଡ ଫଣ୍ଡରୁ ୫ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଛି । ୨୦୧୭-୧୮ ବର୍ଷ ସୁଦ୍ଧା ୩୧୪ ବ୍ଲକ୍ ଓ ୧୧୩ ସହରାଂଚଳ ପୌରପରିଷଦ ଏଥିରେ ଅନ୍ତର୍ଭୁକ୍ତ । ଅଦ୍ୟାବଧି ୪୬୨ଟି ପ୍ରକଳ୍ପ ନିମନ୍ତେ ୯୨.୪୦କୋଟି ଟଙ୍କ ମଂଜୁର କରାଯାଇଛି ।

୨୦୧୮ ବର୍ଷରେ ଅନେକ ଜାତୀୟ ଓ ଆନ୍ତର୍ଜାତୀୟ କ୍ରୀଡା ଓଡିଶାରେ ଆୟୋଜନ ପାଇଁ ସ୍ଥର ହୋଇଛି । ଆସନ୍ତା ୨୮ ନଭେମ୍ବରରୁ ୧୬ ଡିସେମ୍ବର ମଧ୍ୟରେ ୧୬ଟି ଦେଶକୁ ଓଡିଶା ପୁରୁଷ ବିଶ୍ୱକପ୍ ହକିର ଆୟୋଜନ କଳିଙ୍ଗ ଷ୍ଟାଡିୟମରେ ହେବ । ସେହିପରି ସେପ୍ଟେମ୍ବରରେ ଜାତୀୟ ସିନିୟର ଆଥଲେଟିକ୍ସ ଚମ୍ପିଆନସିପ୍ ଓ ଅକ୍ଟୋବରରେ ୧୮ ବର୍ଷରୁ କମ୍ ଏସୀୟ ମହିଳା ରଗବି ପ୍ରତିଯୋଗିତା ଅନୁଷ୍ଠିତ ହେବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ବିଭାଗୀୟ ସଚିବ ବିଶାଲ ଦେବ , ଜଳସମ୍ପଦ ବିଭାଗ ସଚିବ ପ୍ରଦୀପ ଜେନା ,କ୍ରୀଡା ନିର୍ଦ୍ଦେଶକ ଭିନିଲ କ୍ରୀଷ୍ଣା , ବିଡିଏ ଉପାଧ୍ୟକ୍ଷ କ୍ରିଷନ କୁମାର ପ୍ରମୁଖ ଉପସ୍ଥିତ ଥିଲେ ।