ବିଜୁ ଯୁବ ବାହିନୀ : ଆଗରେ ଗଞ୍ଜାମ

0
916
biju yuva bahini
biju yuva bahini
ଭୁବନେଶ୍ୱର : ବିଜୁ ଯୁବ ବାହିନୀରେ ସବୁଠୁ ଅଧିକ ଯୁବକ ଯୁବତୀ ଗଞ୍ଜାମ ଜିଲ୍ଲାରୁ ସାମିଲ ହୋଇଛନ୍ତି  । ଗଞ୍ଜାମ ଜିଲ୍ଲାରେ ଏ ପର୍ଯ୍ୟନ୍ତ ସର୍ବାଧିକ ୨୫ ହଜାର ୨୫୭ ସଦସ୍ୟ ଯୋଗ ଦେଇସାରିଲେଣି ।

 ଏପ୍ରିଲ ୫ ତାରିଖ ସୁଦ୍ଧା ରାଜ୍ୟରେ ମୋଟ ୨ଲକ୍ଷ ୯୨ ହଜାର ୭୪୬ ଜଣ ଯୁବକ ଯୁବତୀଙ୍କୁ ବିଜୁ ଯୁବ ବାହିନୀରେ ସାମିଲ କରାଯାଇସାରିିଛି । ସବୁଠୁ ଅଧିକ ସଦସ୍ୟ ଅଛନ୍ତି ଗଞ୍ଜାମ ଜିଲ୍ଲାରୁ । ଗଞ୍ଜାମ ଜିଲ୍ଲାରେ ଏ ପର୍ଯ୍ୟନ୍ତ ସର୍ବାଧିକ ୨୫ ହଜାର ୨୫୭ ସଦସ୍ୟ ଯୋଗ ଦେଇସାରିଲେଣି । ସଂଖ୍ୟା ଦୃଷ୍ଟିରୁ ଦ୍ୱିତୀୟ ସ୍ଥାନରେ ଅଛି ବାଲେଶ୍ୱର । ବାଲେଶ୍ୱରରେ ୨୪ ହଜାର ୨୩୮ ଓ କଟକ ଜିଲ୍ଲାରେ ୨୪ ହଜାର ୨୫୮ ଜଣ ଯୁବକ ଯୁବତୀ ଏଥିରେ ଅନ୍ତର୍ଭୂକ୍ତ ହୋଇଛନ୍ତି ।

ବରଗଡ଼, ଭଦ୍ରକ, ବଲାଙ୍ଗୀର, ଯାଜପୁର, କଳାହାଣ୍ଡି, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, କୋରାପୁଟ, ନୟାଗଡ଼ ଓ ପୁରୀ ଜିଲ୍ଲାରେ ୧୦ରୁ ୧୫ ହଜାର ଯୁବାବର୍ଗ ପଞ୍ଜିକୃତ ହୋଇଛନ୍ତି । ଅନ୍ୟ ଜିଲ୍ଲା ଗୁଡ଼ିକରେ ଏହି ସଂଖ୍ୟା ୧୦ ହଜାରରୁ କମ୍ ରହିଥିବା ବିଜେପି ବିଧାୟକ ଦିଲ୍ଲୀପ ରାୟଙ୍କର ଏ ସଂକ୍ରାନ୍ତ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଦର୍ଶାଇଛନ୍ତି କ୍ରୀଡ଼ା ଓ ଯୁବ ସେବା ମନ୍ତ୍ରୀ ଚନ୍ଦ୍ର ସାରଥୀ ବେହେରା । ୧୫ରୁ ୩୫ ବର୍ଷର ଯୁବାବର୍ଗଙ୍କୁ ଏଥିରେ ସାମିଲ କରାଯାଉଥିବା ବେଳେ ମୋଟ ସଦସ୍ୟଙ୍କର ଏକ ତୃତୀୟାଂଶ ମହିଳା ରହିବା ଦିଗରେ ପ୍ରାବଧାନ ରଖାଯାଇଛି । ବିଜୁ ଯୁବବାହିନୀ ଗଠନ କରିବା ପାଇଁ ରାଜ୍ୟ ସରକାର ୩ ବର୍ଷରେ ୪୫୦ କୋଟି ୪୯ ଲକ୍ଷ ଟଙ୍କା ଖର୍ଚ୍ଚ କରିବେ ।