ବିଜେଡିରେ ମିଶିଲେ ଅରୂପ ପଟ୍ଟନାୟକ

0
937
arup patnaik now in Bjd
arup patnaik now in Bjd
ଭୁବନେଶ୍ୱର :  ବୁଧବାର ବିଜେଡ଼ିରେ ଯୋଗ ଦେଇଛନ୍ତି ମୁମ୍ବାଇର ପୂର୍ବତନ ଆଇପିଏସ ଅଧିକାରୀ ଅରୂପ ପଟ୍ଟନାୟକ। ଅପରାହ୍ଣ ୫ଟାରେ ମୁଖ୍ୟମନ୍ତ୍ରୀ ଓ ଦଳୀୟ କର୍ମୀଙ୍କ ଉପସ୍ଥିତିରେ ବିଧିବଧ ଭାବେ ସାମିଲ ହୋଇଛନ୍ତି ଅରୂପ।
ଯାହା ଚର୍ଚ୍ଚା ହେଉଥିଲା ତାହା ସତ ହୋଇଛି। ବିଜେଡ଼ିରେ ଯୋଗ ଦେଇଛନ୍ତି ମୁମ୍ବାଇର ପୂର୍ବତନ ଆଇପିଏସ ଅଧିକାରୀ ଅରୂପ ପଟ୍ଟନାୟକ। ବୁଧବାର ଅପରାହ୍ଣ ୫ଟାରେ ମୁଖ୍ୟମନ୍ତ୍ରୀ ଓ ଦଳୀୟ କର୍ମୀଙ୍କ ଉପସ୍ଥିତିରେ ବିଧିବଧ ଭାବେ ସାମିଲ ହୋଇଛନ୍ତି ଅରୂପ। ଓଡ଼ିଶା ନିବାସୀ ତଥା ପୂର୍ବତନ ମୁମ୍ବାଇ ପୋଲିସ କମିଶନର ଅରୂପଙ୍କ ଦଳରେ ମିଶ୍ରଣକୁ ସ୍ୱାଗତ କରିଛନ୍ତି ଦଳର ସୁପ୍ରିମୋ । ଅରୂପ ଦଳପାଇଁ ଅମୂଲ୍ୟ ସମ୍ପଦ ହେବେ ବୋଲି ସୁପ୍ରିମୋ ନବୀନ ପଟ୍ଟନାୟକ କହିଛନ୍ତି। ଅପରପକ୍ଷରେ ସୁଯୋଗ ମିଳିଲେ ଲୋକଙ୍କ ସେବା ପାଇଁ ୨୦୧୯ ନିର୍ବାଚନରେ ଲଢିବି ବୋଲି ଅରୂପ ଗଣମାଧ୍ୟମକୁ ପ୍ରକାଶ କରିଛନ୍ତି।

ପୁରୀ ଜିଲ୍ଲାର ଡେଲାଙ୍ଗ ବ୍ଲକର ଉଦୟପୁରରେ ଅରୂପ ପଟ୍ଟନାୟକଙ୍କ ଜନ୍ମ। ୧୯୭୯ ମସିହା ବ୍ୟାଚର ମହାରାଷ୍ଟ୍ର ଆଇପିଏସ୍ କ୍ୟାଡର୍ ଅରୂପ ୧୯୮୧ରେ ନାସିକରୁ ଏଏସପି ଭାବେ କ୍ୟାରିୟର ଆରମ୍ଭ କରିଥିବା ଅରୂପ, ମୁମ୍ବାଇର ପୋଲିସ୍ କମିଶନର୍ ଭାବେ ୨୦୧୧ ମାର୍ଚ୍ଚରେ ଦାୟିତ୍ୱ ନେଇଥିଲେ। ୨୦୧୫ରେ ଚାକିରିରୁ ଅବସର ନେବା ଆଗରୁ ୧୭ମାସ ମୁମ୍ବାଇ ପୋଲିସ କମିଶନର ଭାବେ ଦାୟିତ୍ୱ ତୁଲାଇଛନ୍ତି। ଅରୂପ ପଟ୍ଟନାୟକ ତାଙ୍କ ଚାକିରୀ କାଳ ମଧ୍ୟରେ ଅଣ୍ଡର ୱାଲର୍ଡ ଡନ୍ ଦାଉଦ୍ ଇବ୍ରାହିମ୍ ଓ ଅରୁନ୍ ଗାଉଲୀଙ୍କ ମୁଣ୍ଡବ୍ୟଥାର କାରଣ ପାଲଟିଥିଲେ । ୧୯୯୩ ମୁମ୍ବାଇ ସିରିଏଲ୍ ବ୍ଲାଷ୍ଟର ତଦନ୍ତକାରୀ ଅଫିସର୍ ଭାବେ ଖୁବ୍ ନାଁ କମାଇଛନ୍ତି । ସେହିପରି ସିବିଆଇ ଡିଆଇଜି ଭାବେ ଷ୍ଟକ୍ ଦଲାଲ୍ ହର୍ଷଦ ମେହେଟାର ବଡ ଘୋଟଲାର ତଦନ୍ତ କରୁଥିଲେ।  ଉଚ୍ଚଶିକ୍ଷିତ ଅରୂପ ରାଜନୀତିରେ ମିଶିବା ଏକ ଶୁଭଙ୍କର ସୂଚନା । ନବୀନଙ୍କ ଷ୍ଟ୍ରାଟେଜିକୁ ନେଇ ଅରୂପ ଜୀବନର ନୂଆ ଅଧ୍ୟାୟ ଆରମ୍ଭ କରିବାକୁ ଯାଉଛନ୍ତି ବୋଲି ଚର୍ଚ୍ଚା ହେଉଛି ।