ବିଜେପିର ମହିଳା ସୁରକ୍ଷା ଯାତ୍ରା ୧୭ରୁ : ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ

0
984
bjp mahila morcha
bjp mahila morcha

ଭୁବନେଶ୍ୱର : ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଆସନ୍ତା ୧୭ ତାରିଖରୁ ମହିଳା ସୁରକ୍ଷା ଯାତ୍ରା ଆରମ୍ଭ ହେବ । ଏହି ଯାତ୍ରା ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତୀ ପରିଡା ପ୍ରକାଶ କରିଛନ୍ତି।
ରାଜ୍ୟରେ ନାବାଳିକା ଓ ମହିଳାଙ୍କ ପ୍ରତି ବଢ଼ି ଚାଲିଥିବା ନିର୍ଯାତନା ପ୍ରତିବାଦରେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଆସନ୍ତା ୧୭ ତାରିଖରୁ ମହିଳା ସୁରକ୍ଷା ଯାତ୍ରା ଆରମ୍ଭ ହେବ । ଏଥିପାଇଁ ରାଜ୍ୟର ପ୍ରମୁଖ ୭ଟି ମନ୍ଦିରରୁ ମହିଳା ସୁରକ୍ଷା ରଥ ବାହାରିବ। ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ଏହି ଯାତ୍ରା ଚାଲିବ ବୋଲି ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତୀ ପରିଡା ପ୍ରକାଶ କରିଛନ୍ତି।