ପାଟନା : ପୂର୍ବତନ ଅର୍ଥ ମନ୍ତ୍ରୀ ଯଶଓ୍ଵନ୍ତ ସିହ୍ନା ଶନିବାର ବିଜେପି ଛାଡିଛନ୍ତି। ନିଷତ୍ତିକୁ ଘୋଷଣା କରି କହିଛନ୍ତି ଯେ ସବୁ ପ୍ରକାରର ପାର୍ଟି ପଲିଟିକ୍ସରୁ ସନ୍ୟାସ ନେଉଛନ୍ତି।
ଦୀର୍ଘ ଦିନରୁ ବିଜେପି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନୀତିକୁ ସମାଲୋଚନା କରିଆସୁଥିବା ବିଦ୍ରୋହୀ ନେତା ତଥା ପୂର୍ବତନ ଅର୍ଥ ମନ୍ତ୍ରୀ ଯଶଓ୍ଵନ୍ତ ସିହ୍ନା ଶନିବାର କହିଛନ୍ତି ଯେ ବିଜେପି ସହିତ ନିଜର ସମସ୍ତ ସଂପର୍କକୁ ଛିନ୍ନ କରୁଛି। ଆଜିଠୁ ସବୁ ପ୍ରକାରର ପାର୍ଟି ପଲିଟିକ୍ସରୁ ସନ୍ୟାସ ନେଉଛି। ସିହ୍ନା ପାଟନାରେ କହିଛନ୍ତି ଯେ ଆଜି ଗଣତନ୍ତ୍ର ବିପଦରେ ରହିଛି। ଆଜିର ମିଡିଆ ସରକାର ବିରୋଧରେ ଖବର ପ୍ରସାରଣ କରୁ ନାହାନ୍ତି। ଉଲ୍ଲେଖଯୋଗ୍ୟ ଯଶବନ୍ତ ସିହ୍ନାଙ୍କ ପୁତ୍ର ଜୟନ୍ତ ସିହ୍ନା ଏବେ ମଧ୍ୟ ମୋଦୀ ସରକାରରେ ମନ୍ତ୍ରୀ ଅଛନ୍ତି।
ସିହ୍ନା କହିଛନ୍ତି ଯେ ଆଜି ଯାହା କିଛି ହେଉଛି ଏହାରି ବିରୋଧରେ ଯଦି ଆମେ ଛିଡା ନହେବା ତେବେ ଆଗାମୀ ପିଢି ଆମକୁ କ୍ଷମା କରିବେ ନାହିଁ। ଏଠାରେ କହି ରଖୁଛୁ ଯେ ଯଶବନ୍ତ ସିହ୍ନା ଗତ ଦିନରେ ନୋଟବନ୍ଦୀ ନିଷ୍ପତ୍ତି ଓ ଜିଏସଟି ଲାଗୁ କରିବାର ପ୍ରକ୍ରିୟାକୁ ନେଇ ମୋଦୀ ସରକାରଙ୍କୁ କଠୋର ସମାଲୋଚନା କରିଥିଲେ।
ଏଠାରେ କହି ରଖୁଛୁ ଯେ ୧୯୯୮ରେ ପ୍ରଥମ ଥର ଲୋକସଭା ପାଇଁ ନିର୍ବାଚିତ ହୋଇଥିବା ଯଶଓ୍ଵନ୍ତ ସିହ୍ନା ଅଟଳ ବିହାରୀ ବାଜପେୟୀ ସରକାର ଅମଳରେ ଅର୍ଥ ମନ୍ତ୍ରୀ ଥିଲେ। ଏଥି ସହ ପୂର୍ବତନ ପ୍ରଧାନମନ୍ତ୍ରୀ ଚନ୍ଦ୍ର ଶେଖରଙ୍କ ଅମଳରେ ୧୯୯୦ ରୁ ୧୯୯୧ ପର୍ୟ୍ୟନ୍ତ ଚାଲିଥିବା ସରକାରରେ ଅର୍ଥ ମନ୍ତ୍ରୀ ଥିଲେ।