ବିଜେପି ସରକାର ମହାନଦୀ ପାଣି ବନ୍ଦ କରିଛି : ନବୀନ

0
961
naveen patnaik
naveen patnaik
ଭୁବନେଶ୍ୱର :  ବିଜେପି ସରକାର ହିଁ ଓଡ଼ିଶାକୁ ମହାନଦୀ ପାଣି ବନ୍ଦ କରିଛି ବୋଲି  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  କହିଛନ୍ତି। ଆଜି ସିଧାସଳଖ କେନ୍ଦ୍ରରେ ଶାସନ କରୁଥିବା ବିଜେପି ସରକାରଙ୍କୁ ଟାର୍ଗେଟ କରିଛନ୍ତି ନବୀନ। ଏ ନେଇ ଲୋକଙ୍କୁ ପାଖକୁ ଯାଇ ବୁଝାଇବାକୁ ବିଜେଡ଼ି ସୁପ୍ରିମୋ କର୍ମୀମାନଙ୍କୁ ଆହ୍ୱାନ କରିଛନ୍ତି ।

 ଆଜି ଭୁବନେଶ୍ୱରସ୍ଥିତ ବିଜେଡ଼ି ରାଜ୍ୟ କାର୍ୟ୍ୟାଳୟରେ ଆୟୋଜିତ ମହାନଦୀ ମହାସମ୍ମିଳନୀରେ ଉପସ୍ଥିତ କର୍ମକର୍ତ୍ତାଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ନବୀନ ।  ମହାନଦୀ ପାଣିକୁ ଉଭୟରେ କେନ୍ଦ୍ର ଓ ଛତିଶଗଡ଼ ସରକାର ମିଳିବ ଭାବେ ବନ୍ଦ କରିଛନ୍ତି । ଟ୍ରିବ୍ୟୁନାଲ ପାଇଁ ଦାବି କରାଯାଇଥିଲେ ମଧ୍ୟ କେନ୍ଦ୍ର ସରକାର ସହଯୋଗ କଲେନି । ଏକଥା ଓଡ଼ିଶାର ପ୍ରତ୍ୟେକ ଜନ ସାଧାରଣଙ୍କୁ ବୁଝାଇବାକୁ ପଡ଼ିବ । ଏ ନେଇ ଲୋକଙ୍କୁ ପାଖକୁ ଯାଇ ବୁଝାଇବାକୁ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ କର୍ମୀମାନଙ୍କୁ ଆହ୍ୱାନ କରିଛନ୍ତି ।

ବିରୋଧୀ ଦଳଙ୍କ ବିରୋଧରେ ପୂର୍ବରୁ ତୁଣ୍ଡ ଖୋଲୁ ନ ଥିବା ବିଜେଡ଼ି ହାଇକମାଣ୍ଡ ନବୀନ ଆଜି ସିଧାସଳଖ କେନ୍ଦ୍ରରେ ଶାସନ କରୁଥିବା ବିଜେପି ସରକାରଙ୍କୁ ଟାର୍ଗେଟ କରିଛନ୍ତି । ବିଜେପି ସରକାର ହିଁ ଓଡ଼ିଶାକୁ ମହାନଦୀ ପାଣି ବନ୍ଦ କରିଛି ବୋଲି ସିଧା ସିଧା କହିଛନ୍ତି ମୁଖ୍ୟମନ୍ତ୍ରୀ । ମହାନଦୀ ଉପରେ ଛତିଶଗଡ଼ ସରକାର ବେଆଇନ ଭାବରେ ବ୍ୟାରେଜ ନିର୍ମାଣ କରିଛି । ପାଣି ନ ଛାଡ଼ିବାରୁ ପ୍ରଥମେ କେନ୍ଦ୍ରକୁ କହିବା ପରେ ସାହାଯ୍ୟ ନ ମିଳିବାରୁ ଆମେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲୁ । ସୁପ୍ରିମକୋର୍ଟ ଟ୍ରିବ୍ୟୁନାଲ ଗଠନ କରିବାକୁ ନିର୍ଦ୍ଦେଶ ଦେଲେ । ଏହା ଥିଲା ରାଜ୍ୟ ସରକାରଙ୍କ ଦାୟିତ୍ୱ । କିନ୍ତୁ ଏବେ ମହାନଦୀରେ ପାଣି ଶୁଖିଗଲାଣି । ତେଣୁ ଦଳର ସମୟ ଆସିଛି ପ୍ରତ୍ୟେକ ଲୋକଙ୍କୁ ପାଖକୁ ଯାଇ ବୁଝାଇବ । ମହାସମ୍ମିଳନୀରେ ଉପସ୍ଥିତ ଥିବା ମହାନଦୀ ଅବବାହିକାର ୧୫ ଜିଲ୍ଲାର ପ୍ରତିନିଧିଙ୍କୁ ଆହ୍ୱାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଯେତେ ଯାହା କଲେ ବି ବିଜେଡ଼ି କେନ୍ଦ୍ରରେ କ୍ଷମତାକୁ ଆସି ପାରିବା ନାହିଁ  । କିନ୍ତୁ ଆମକୁ ଆଗାମୀ ୨୦୧୯ ନିର୍ବାଚନରେ ମହାନଦୀକୁ ମୁଖ୍ୟ ପ୍ରସଙ୍ଗ କରି ସମସ୍ତ ବିଜେଡ଼ି ଭାଇ ଭଉଣୀଙ୍କୁ ଏକାଠି ହେବାକୁ ପଡ଼ିବ ବୋଲି ସାଂସଦ ସୌମ୍ୟରଂଜନ ପଟ୍ଟନାୟକ କହିଛନ୍ତି । ଏହି ପରିପ୍ରେକ୍ଷୀରେ ସୌମ୍ୟ ବିଜେପିକୁ ପ୍ରଶ୍ନ ପଚାରିଛନ୍ତି ଯେ ତମ ପାଇଁ ମାଟି ବଡ  ନା ପାର୍ଟି ବଡ ? ଯଦି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମାଟି ପାଇଁ ଲଢ଼ିବେ ସେ ତାଙ୍କ ପାଇଁ ରାଜ୍ୟସଭା ସିଟ୍‌ ଛାଡ଼ି ଦେବେ ବୋଲି ସୌମ୍ୟରଂଜନ ପ୍ରସ୍ତାବ ରଖିଛନ୍ତି । ସେ ମୋ ଜାଗାରୁ ରାଜ୍ୟସଭାକୁ ଯାଆନ୍ତୁ ଓ ପାଟି ପାଇଁ ନୁହେଁ ମାଟି ପାଇଁ ଲଢନ୍ତୁ ବୋଲି ସୌମ୍ୟ କହିଛନ୍ତି । ସେହିପରି ସାଂସଦ ପ୍ରସନ ଆଚାର୍ୟ୍ୟ ତାଙ୍କ ଭାଷଣ କହିଛନ୍ତି ଦୁଇ ଭାଇଙ୍କ ସମ୍ପତି ବିବାଦ ଭଳି ମହାନଦୀ ବିବାଦରେ ଓଡ଼ିଶାର ଅବସ୍ଥା ରହିଛି । ଆଗାମୀ ନିର୍ବାଚନରେ ବିଜେଡି ମହାନଦୀକୁ ମୁଖ୍ୟ ପ୍ରସଙ୍ଗ କରିବ ଓ ଦେଖାଯାଉ ସୌମ୍ୟବାବୁଙ୍କ ପ୍ରସ୍ତାବ ଧର୍ମେନ୍ଦ୍ଵ ପ୍ରଧାନ କେତେ ମାନୁଛନ୍ତି ।

ଆଜିର ମହାସମ୍ମିଳନୀରେ ୧୫ଟି ଜିଲ୍ଲାର ସାଂସଦ, ବିଧାୟକ, ଜିଲ୍ଲା ସଭାପତି, ଜିଲ୍ଲା ପରିଷଦ ଅଧ୍ୟକ୍ଷ, ବ୍ଲକ ଓ ନଗର ସଭାପତି ପ୍ରମୁଖ ଉପସ୍ଥିତ ଥିଲେ ।