ବିଜେଡ଼ିରେ ଯୋଗ ଦେଲେ ଚନ୍ଦ୍ରଶେଖର

0
931
chandra sekhar sahoo
chandra sekhar sahoo
ବ୍ରହ୍ମପୁର :ପୂର୍ବତନ କଂଗ୍ରେସ ନେତା ତଥା କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ସାହୁ  ବିଜେଡ଼ିରେ  ସାମିଲ ହୋଇଛନ୍ତି । ଏହା ସହିତ ଯୁବ ନେତା ବିକ୍ରମ ପଣ୍ଡା ଓ ଭଗବାନ ଗନ୍ତାୟତ ମଧ୍ୟ ଦଳରେ ସାମିଲ ହୋଇଛନ୍ତି ।
୨୦୧୯ ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜ୍ୟ ରାଜନୀତି ପାଣିପାଗ ତାପମାତ୍ରା ସେତେ ବୃଦ୍ଧି ପାଉଛି । କିଏ କେଉଁ ଦଳକୁ ଗଲେ ଫାଇଦା ଅଧିକ ମିଳିବ ତାହାର ଅଙ୍କ କଷୁଛନ୍ତି । କିନ୍ତୁ ଦେଖିବାକୁ ଗଲେ ରାଜ୍ୟର ତିନି ପ୍ରମୁଖ ଦଳ ମଧ୍ୟର ବିଜେଡ଼ି ଦଳ ପୂର୍ବ ଅପେକ୍ଷା ଆହୁରି ଧିରେ ଧିରେ ମଜବୁତ ହେବାରେ ଲାଗିଛି । ଏହି ପରିପ୍ରେକ୍ଷୀରେ ଆଜି ବିଜେଡ଼ି ଦଳରେ ପାଦ ଥାପିଛନ୍ତି ପୂର୍ବତନ କଂଗ୍ରେସ ନେତା ତଥା କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ସାହୁ । ଏହା ସହିତ ଯୁବ ନେତା ବିକ୍ରମ ପଣ୍ଡା ଓ ଭଗବାନ ଗନ୍ତାୟତ ମଧ୍ୟ ଦଳରେ ସାମିଲ ହୋଇଛନ୍ତି । ସମସ୍ତେ ବିଜେଡ଼ି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଦଳରେ ଯୋଗ ଦେଇଛନ୍ତି ।

କଂଗ୍ରେସ ଦଳରୁ ଇସ୍ତଫା ଦେଇଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ସାହୁ ୨୦ ହଜାରରୁ ଉର୍ୱ୍ଧ୍  ସମର୍ଥକଙ୍କ ସହିତ ବିରାଟ ପଟୁଆରରେ ଆସି ସଭାସ୍ଥଳରେ ପହଁଚିଥିଲେ । ସେହିପରି ବ୍ରହ୍ମପୁର ମହାନଗର ନିଗମର ୧୧ ଜଣ କର୍ପୋରେଟର ମଧ୍ୟ ବିଜେଡ଼ିରେ ସାମିଲ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ଅନୁଷ୍ଠିତ ମିଶ୍ରଣ ପର୍ବରେ ସମସ୍ତଙ୍କୁ ଦଳକୁ ସ୍ୱାଗତ କରିଥିଲେ । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଉଦବୋଧନ ଦେଇ କହିଛନ୍ତି ଯେ ସେମାନଙ୍କ ଯୋଗଦାନ ଦ୍ୱାରା ଦଳର ସାଂଗଠନିକ ଶକ୍ତି ଅଧିକ ଦୃଢୀଭୂତ ହୋଇଛି । ଲୋକମାନଙ୍କ ସହିତ ରହି ସେମାନଙ୍କ ସୁଖ ଦୁଃଖରେ ସାଥି ହେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ରାଜ୍ୟ ସରକାରଙ୍କ ଉନ୍ନୟନମୂଳକ ଓ ଜନକଲ୍ୟାଣ କାର୍ୟ୍ୟକ୍ରମ ଯେପରି ସାଧାରଣ ଲୋକଙ୍କ ନିକଟରେ ପହଂଚିପାରିବ ସେଥିପ୍ରତି ଯତ୍ନବାନ ହେବାକୁ ମୁଖ୍ୟମନ୍ତ୍ରୀ କହିଥିଲେ ।