ବିଜୟ ପାଲ ହତ୍ୟା ଘଟଣା : ସ୍ୱର ନମୂନା ଯାଞ୍ଚ ପାଇଁ ଅରାଜି ସୁଶାନ୍ତ ଓ ରଂଜିତା

0
884
D-Link with Ranjita
D-Link with Ranjita

କଟକ: ବ୍ୟବସାୟୀ ବିଜୟ ପାଲ ହତ୍ୟା ଘଟଣାରେ  ସଂପୃକ୍ତ ଥିବା ସୁଶାନ୍ତ ଧଳସାମନ୍ତ ଓ ରଂଜିତା ବିଶ୍ୱାଳଙ୍କୁ ପୁଲିସ ତିନି ଦିନିଆ ରିମାଣ୍ଡରେ ନେଇଥିବା ବେଳେ ଆଜି ହେଉଛି ରିମାଣ୍ଡର ଶେଷ ଦିନ । ଶୁକ୍ରବାର ପୁଲିସ ଉଭୟଙ୍କ ସ୍ୱର ନମୂନା ଯାଞ୍ଚ କରି ଥାଆନ୍ତା କିନ୍ତୁ ସେମାନେ ରାଜି ହୋଇ ନଥିବା ଜଣାପଡିଛି ।  ଉଭୟଙ୍କ ସ୍ୱର ନମୂନା ଯାଞ୍ଚ ସଦର ପୁଲିସକୁ ଜେଏମ୍ଏଫସି ରୁରାଲ କୋର୍ଟରୁ ଅନୁମତି ମିଳିଥିଲା । ଏଥିରେ ଉଭୟ ରାଜି ନ ହେବାରୁ ସ୍ୱର ନମୂନା ଯାଞ୍ଚ ହୋଇ ପାରିନାହିଁ । ତେବେ ବର୍ତ୍ତମାନ ପୁଲିସର ପରବର୍ତ୍ତୀ ପଦକ୍ଷେପ କଣ ରହିବ ତାହା ଜଣାପଡିନାହିଁ ।