ବିଧାନସଭାରେ ଆଜି ମହାନଦୀ ପ୍ରସଙ୍ଗରେ ଆଲୋଚନା

0
915
odisha assembly session
odisha assembly session
ଭୁବନେଶ୍ୱର : ବିଧାନସଭାରେ ଆଜି ମହାନଦୀ ପ୍ରସଙ୍ଗରେ ଆରମ୍ଭରୁ ଆଲୋଚନା ହେବ । ଗୁରୁବାର ସର୍ବଦଳୀୟ ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି ।
ପ୍ରଶ୍ନକାଳ ହେବ ନାହିଁ  ।  ମହାନଦୀ ପ୍ରସଙ୍ଗରେ ଲଗାତର ଗତ ଦୁଇଦିନ ଧରି ବିଧାନସଭାରେ ଝଡ଼ ସୃଷ୍ଟି ହୋଇଛି । ପ୍ରଥମ ଦିନ ଶାସକ ଦଳ ସଭ୍ୟମାନେ ବିଧାନସଭାରେ ତୁମ୍ବିତୋଫାନ କରିବା ସହ ବାହାରେ ଗାନ୍ଧୀଙ୍କ ମୂର୍ତ୍ତି ତଳେ ପ୍ରତିବାଦ କରିଥିଲେ । ଗୁରୁବାର ବିରୋଧୀଦଳର ହଟ୍ଟଗୋଳ ଦେଖିବାକୁ ମିଳିଥିଲା । ପ୍ରଶ୍ନକାଳ ଶୂନ୍ୟକାଳ ଓ ମୁଲତବୀ ଆଲୋଚନା ସମ୍ଭବ ହୋଇନଥିଲା । ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ । ଆଜି ମହାନଦୀ ପ୍ରସଙ୍ଗ ସହିତ କେନ୍ଦ୍ରାପଡ଼ା ଧାନ ଦୁର୍ନିତୀ ପ୍ରସଙ୍ଗ ଉଠିବ ବୋଲି ଜଣାଯାଇଛି । ପ୍ରଶ୍ନକାଳ ନିଲମ୍ବନ କରାଯାଇ ମହାନଦୀ ପ୍ରସଙ୍ଗରେ ଆଲୋଚନା ହେବ । ତାହାପରେ କେନ୍ଦ୍ରାପଡ଼ାର ଧାନ ଦୁର୍ନୀତି ଉପରେ ଧ୍ୟାନ ଆକର୍ଷଣକାରୀ ପ୍ରସ୍ତାବ ଉପରେ ଆଲୋଚନା ହେବ । ଶାସକ ବିଜେଡ଼ି ଦଳର ସଦସ୍ୟମାନେ ମହାନଦୀ ପ୍ରସଙ୍ଗକୁ ନେଇ ବିଧାନସଭାକୁ ଅଚଳ କରିଦେଉଛନ୍ତି କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାତାରେ ଗଠିତ ମହାନଦୀ କମିଟି ବୈଠକକୁ ଥରୁଟିଏ ବି କାହିଁକି ଡାକିନାହାନ୍ତି ବୋଲି ବିରୋଧୀ କହିଥିଲେ । ବିଜେପିର ବିଧାୟକ ରବି ନାୟକ କହିଥିଲେ ମହାନଦୀ ପ୍ରସଙ୍ଗକୁ ନେଇ ବିଜେଡ଼ି ରାଜନୀତି କରୁଛି । ମହାନଦୀର ୧୦ ବର୍ଷର ବିସ୍ତୃତ ହିସାବକୁ ଶ୍ୱେତ ପତ୍ର ଆକାରରେ ପ୍ରକାଶ ପାଇଁ ବିଜେପି ବିଧାୟକ ଦାବି କରିଥିଲେ । ଶେଷରେ ସର୍ବଦଳୀୟ ବୈଠକର ସିଦ୍ଧାନ୍ତ ନିଆଯାଇ ମହାନଦୀ ଆଲୋଚନା ପ୍ରଶ୍ନକାଳ ବଦଳରେ ହେବା ସ୍ଥିର ହୋଇଛି ।