ବିନା ଇଞ୍ଜିନ ରେ ଟ୍ରେନ ଗଡ଼ିବା ଘଟଣା : ୫ କର୍ମଚାରୀ ନିଲମ୍ବିତ

0
888
train without engine
train without engine
ସମ୍ବଲପୁର  : ବିନା  ଇଞ୍ଜିନ ରେ ଟ୍ରେନ ଗଡ଼ିଯିବା ଘଟଣାକୁ ଅତ୍ୟନ୍ତ ଗଭୀରତାର ସହ ନେଇଛି ରେଳବିଭାଗ। କର୍ତ୍ତବ୍ୟରେ ଅବହେଳା ପାଇଁ ଦୁଇଜଣ ଇଞ୍ଜିନ ଚାଳକଙ୍କ ସହ ୫ଜଣ ରେଳ କର୍ମଚାରୀଙ୍କୁ ନିଲମ୍ବିତ କରିଛନ୍ତି ରେଲୱେ  କର୍ତ୍ତୃପକ୍ଷ ।

 ଶନିବାର ରାତିରେ ସମ୍ବଲପୁର ରେଳମଣ୍ଡଳରେ ଘଟିଥିଲା ଏକ ଅଭାବନୀୟ ଘଟଣା । ବିନା ଇଞ୍ଜିନ ରେ ୧୮୪୦୬ ନମ୍ବର ପୁରୀ-ଅହମ୍ମଦାବାଦ ଟ୍ରେନର ୨୨ଟି ବଗି ଟିଟିଲାଗଡ଼ରୁ କେସିଙ୍ଗା ପର୍ଯ୍ୟନ୍ତ ୧୫ କିମି ଗଡ଼ି ଯାଇଥିଲା । ରେଳବିଭାଗ ଏହାକୁ ଅତ୍ୟନ୍ତ ଗଭୀରତାର ସହ ନେଇଛି । କର୍ତ୍ତବ୍ୟରେ ଅବହେଳା ପାଇଁ କର୍ତ୍ତୃପକ୍ଷ ୫ଜଣ ରେଳ କର୍ମଚାରୀଙ୍କୁ ନିଲମ୍ବିତ କରିଛନ୍ତି । ଏଥିରେ ଦୁଇଜଣ ଇଞ୍ଜିନ ଚାଳକ ଥିବାବେଳେ ଆଉ ତିନିଜଣ ମରାମତି କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି ।  ଟ୍ରେନ ଟି ଆପେ ଆପେ କେସିଙ୍ଗା ଷ୍ଟେସନରେ ଅଟକି ଯିବାରୁ ଏଥିରେ ଥିବା ଶହ ଶହ ଆତଙ୍କିତ ଯାତ୍ରୀମାନେ ଆଶ୍ୱସ୍ତି ଅନୁଭବ କରିଥିଲେ । ସୌଭାଗ୍ୟବଶତଃ ଏହି ରୁଟ୍ ରେ ଟ୍ରେନ ଚଳାଚଳ କରୁନଥିବାରୁ ଏକ ବଡ଼ ଧରଣର ଦୁର୍ଘଟଣାରୁ ଯାତ୍ରୀମାନେ ବର୍ତ୍ତିଯାଇଛନ୍ତି । ଶନିବାର ଦିନ ଟ୍ରେନ୍ ଟି ଟିଟିଲାଗଡ଼ ଷ୍ଟେସନରେ ୮.୩୦ରେ ପହଂଚି ଇଞ୍ଜିନ ବଦଳାଇ ବଲାଙ୍ଗିର ଆଡ଼କୁ ମୁହାଁଇବା କଥା । ଟ୍ରେନରୁ ଇଞ୍ଜିନ ଟି ଖୋଲାଯାଇ ଅପରପାଶ୍ୱର୍ରେ ଲଗା ହେବା ପାଇଁ ଯାଇଥିବାବେଳେ ଗଡ଼ାଣିଆ ରେଳ ଧାରଣାରେ ବିନା ଇଞ୍ଜିନରେ କେସିଙ୍ଗା ଆଡ଼କୁ ମାଡ଼ି ଯାଇଥିଲା । ତେବେ ଟ୍ରେନଟି ୧୫ କିମି ଗଡ଼ି କେସିଙ୍ଗା ଠାରେ ଯାଇ ଅଟକିଥିଲା । ଇଞ୍ଜିନ ବଦଳାଇବା ବେଳେ ବଗି ସମ୍ମୁଖରେ ଏକ ଲୁହା ଦଣ୍ଡ ଦିଆଯିବା କଥା କିନ୍ତୁ ତାହା ଦିଆଯାଇନଥିଲା । ତେଣୁ ଗଡ଼ାଣିଆ ରାସ୍ତାରେ ଟ୍ରେନଟି ଗଡ଼ି ଆସିଥିଲା ।