ବିମାନବନ୍ଦରରୁ ୧୮ ଲକ୍ଷ ଟଙ୍କାର ସୁନା ଜବତ

0
790
gold
gold
ଭୁବନେଶ୍ୱର : ପୁଣି ଭୁବନେଶ୍ୱର ବିମାନବନ୍ଦରରୁ ସୁନା ଜବତ। ରବିବାର ୧୮ ଲକ୍ଷ ଟଙ୍କାର ସୁନା ଜବତ କରାଯାଇଥିବା  ଘଟଣାରେ ସଂପୃକ୍ତ ପ୍ରବାସୀ ଭାରତୀୟ ମହିଳାଙ୍କୁ ଅଟକ ରଖାଯାଇଛି ।

କିଛି ଦିନର ବ୍ୟବଧାନ ପରେ ପୁଣି ଥରେ ଭୁବନେଶ୍ୱର ବିମାନବନ୍ଦରରୁ ସୁନା ଜବତ ହୋଇଛି। ରବିବାର ଜଣେ ମହିଳାଙ୍କଠାରୁ ୧୮ ଲକ୍ଷ ଟଙ୍କାର ସୁନା ଜବତ କରାଯାଇଥିବା ସୂଚନା ମିଳିଛି। ଏହି ଘଟଣାରେ ସଂପୃକ୍ତ ପ୍ରବାସୀ ଭାରତୀୟ ମହିଳାଙ୍କୁ ଅଟକ ରଖାଯାଇଛି । ଏହି ମହିଳା ଜଣକ ବ୍ୟାଙ୍କକୋକରୁ ସୁନା ଚେନ ଓ ଚୁଡ଼ିରେ ରୁପା କୋଟିଂ କରି ଥାଇଲ୍ୟାଣ୍ଡ ପାସ୍‌ପୋର୍ଟରେ ଓଡ଼ିଶା ଆସିଥିଲେ। କଷ୍ଟମ ବିଭାଗ ମହିଳାଙ୍କୁ ଅଟକ ରଖି ପଚରାଉଚୁରା କରୁଛି।

ଏଠାରେ ଉଲ୍ଲେଖଯୋଗ୍ୟ, ଗତ ୩୧ ତାରିଖ ଦିନ ଭୁବନେଶ୍ୱର ଆସିଥିବା ଏୟାର ଏସିଆ ବିମାନର ୨ ଜଣ ଯାତ୍ରୀଙ୍କ ଠାରୁ କଷ୍ଟମ ବିଭାଗ ୧୫ ଲକ୍ଷ ଟଙ୍କାର ସୁନା ଜବତ କରିଥିଲା। ସେହିପରି ମାର୍ଚ୍ଚ ୨୯ ତାରିଖ ଦିନ କ୍ୱାଲାଲୁମପୁରରୁ ଭୁବନେଶ୍ୱରକୁ ଆସିଥିବା ଦୁଇ ଜଣ ଯାତ୍ରୀଙ୍କଠାରୁ କଷ୍ଟମ ବିଭାଗ ୧ କିଲୋ ୨୦୦ ଗ୍ରାମ ଓଜନର ସୁନା ବିସ୍କୁଟ ଜବତ କରିଥିଲା । ଯାହାର ମୂଲ୍ୟ ପ୍ରାୟ ୩୫ ଲକ୍ଷ ଟଙ୍କା ଥିଲା । ସେହିପରି ଗତ ୨୮ ତାରିଖ ଦିନ  କ୍ୱାଲାଲାମପୁରରୁ ଆସିଥିବା ଏକ ବିମାନରୁ ୨ ଜଣ ଯାତ୍ରୀଙ୍କ ଠାରୁ ୧୨ ଲକ୍ଷ ଟଙ୍କାର ସୁନା ଜବତ କରାଯାଇଥିଲା। ଜବତ ୩୭୮ ଗ୍ରାମ ସୁନା ମଧ୍ୟରେ ୩ଟି ଗୋଲ୍ଡ ବାର ଓ ୧୪୩ଟି ଗୋଲ୍ଡ ରିଙ୍ଗ୍ ରହିଥିଲା । ଗତ ୧୧ ତାରିଖରେ ମଧ୍ୟ ୨୪ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଓ ମୁଦ୍ରା ଜବତ କରଯାଇଥିଲା ।  ପ୍ରାୟ ଦେଢ ମାସ ମଧ୍ୟରେ ୫ ଥର ଭୁବନେଶ୍ୱର ବିମାନବନ୍ଦରରୁ ସୁନା ଜବତ କରାଯାଇଛି । କିଛି ଦିନ ହେବ ବାରମ୍ବାର ବିମାନବନ୍ଦରରୁ ସୁନା ଜବତ ହେଉଛି । ତେଣୁ ଏହା ପଛରେ ଏକ ବଡ଼ ରାକେଟ୍‌ କାମ କରୁଥିବା ସନ୍ଦେହ କରାଯାଉଛି ।