ବିରାଟଙ୍କୁ ଖେଳରତ୍ନ ଓ ଦ୍ରୋଣାଚାର୍ଯ୍ୟ ପାଇଁ ଦ୍ରାବିଡଙ୍କ ନାଁ ସୁପାରିଶ କଲା ବିସିିସିଆଇ

0
1116
Dravid-Kohli
Dravid-Kohli
ନୂଆଦିଲ୍ଲୀ : ଭାରତୀୟ  କ୍ରିକେଟର ଅଧିନାୟକ ବିରାଟ କୋହଲିଙ୍କୁ   ରାଜୀବ ଗାନ୍ଧୀ  ଖେଳରତ୍ନ ଓ ଭାରତୀୟ ଦଳର ପୂର୍ବତନ କ୍ୟାପଟେନ ରାହୁଲ ଦ୍ରବିଡଙ୍କ ନାଁ ଦ୍ରୋଣାଚାର୍ଯ୍ୟ ପୂରସ୍କାର ପାଇଁ  ସୁପାରିଶ କରିଛନ୍ତି  ବିସିସିଆଇ ।

ବିସିସିଆଇର ଆଉ ଏକ ମହାନ ସମ୍ମାନ ମାହାନ ବୋଲର ନାମ ପାଇଁ ସୁପାରିଶ କରିଛି । ସେ ହେଲେ ସୁନିଲ ଗାଭାସ୍କର ତାଙ୍କ ନାଁ ଧ୍ୟାନଚାନ୍ଦ ଲାଇଫଟାଇମ ଆଚିଭମେଂଟ ପୁରସ୍କାର ପାଇଁ ସୁପାରିଶ କରାଯାଉଛି ।

କିନ୍ତୁ ସେହି ବର୍ଷ ରିଓ ଅଲମ୍ପିକରେ ପଦକ ଜିତିଥିବା ପି.ଭି.ସିନ୍ଧୁ, ସାକ୍ଷୀ ମଲ୍ଲିକ ଓ ଦୀପା କର୍ମକାରଙ୍କୁ ରାଜୀବଗାନ୍ଧି ଖେଳରତ୍ନ ପୁରସ୍କାର ମିଳିବାରୁ ବିରାଟ ବାଦ୍‌ ପଡିଥିଲେ। ସେହିପରି ୧୯ବର୍ଷରୁ କମ୍‌ ଦଳର କୋଚ୍ ଥିବା ରାହୁଲ ଦ୍ରାବିଡଙ୍କୁ ଦ୍ରୋଣାଚାର୍ୟ୍ୟ ପୁରସ୍କାର ପାଇଁ ସୁପାରିଶ ହୋଇଛି। ରାହୁଲଙ୍କ କୋଚିଂ ସହାୟତାରେ ଟିମ୍‌ ଇଣ୍ଡିଆ ୧୯ବର୍ଷରୁ କମ୍‌ ବିଶ୍ୱକପ୍ ଟାଇଟଲ ହାସଲ କରିଥିଲା। ଏଥିସହ ଅନେକ ଜୁନିୟର ଖେଳାଳି ସିନିୟର ଦଳରେ ସ୍ଥାନ ପାଇଛନ୍ତି।