ଭୁବନେଶ୍ୱର : ଠକେଇ ଅଭିଯୋଗରେ ବିଲଡର ପ୍ରେମାନନ୍ଦ ମହାପାତ୍ରଙ୍କୁ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା ଗିରଫ କରିଛି। ତମାଣ୍ଡୋ ଆଖପାଖ ଅଞ୍ଚଳରେ ଫ୍ଲାଟ ଦେବାକୁ କହି ଲୋକଙ୍କୁ ଠକିଥିବା ଅଭିଯୋଗ ରହିଛି।
ଫ୍ଲାଟ୍ ଦେବା ନାଁରେ ସାଢେ ୪କୋଟିରୁ ଅଧିକ ଟଙ୍କା ଠକେଇ ଅଭିଯୋଗରେ ବିଲଡର ପ୍ରେମାନନ୍ଦ ମହାପାତ୍ରଙ୍କୁ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା ଗିରଫ କରିଛି। ତାଙ୍କ ବିରୋଧରେରେ ଭୁବନେଶ୍ୱର ତମାଣ୍ଡୋ ଆଖପାଖ ଅଞ୍ଚଳରେ ଫ୍ଲାଟ ଦେବାକୁ କହି ଲୋକଙ୍କୁ ଠକିଥିବା ଅଭିଯୋଗ ରହିଛି। ଗିରଫ ବିଲଡର ପ୍ରେମାନନ୍ଦ ହେଉଛନ୍ତି ଗୋଲଡେନ୍ ଭିୟୁ ଇନଫ୍ରାଷ୍ଟକ୍ଚର ଲିମିଟେଡ୍ ସଂସ୍ଥାର ମୁଖ୍ୟ।