ବିଶ୍ୱରେ ଉତ୍କଳିକାର ଅବଦାନ ଉଲ୍ଲେଖନୀୟ : ମନ୍ତ୍ରୀ ଶ୍ରୀମତୀ ଛୁରିଆ

0
1039
utkalika
utkalika

ଭୁବନେଶ୍ୱର :  ଓଡ଼ିଶା ହସ୍ତଶିଳ୍ପକୁ ସମଗ୍ରବିଶ୍ୱରେ ପହଞ୍ଚାଇବାରେ ଓଡ଼ିଶା ରାଜ୍ୟ ସମବାୟ ହସ୍ତଶିଳ୍ପ ନିଗମ(ଉତ୍କଳିକା)ର ଅବଦାନ ଉଲ୍ଲେଖନୀୟ । ହସ୍ତଶିଳ୍ପରବିକାଶ, ପ୍ରଚାର ପ୍ରସାର ତଥା ପ୍ରଦର୍ଶନୀ ମାଧ୍ୟମରେ ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀର ବିକ୍ରିବଟା କରି ସମଗ୍ର ଭାରତବର୍ଷରେ ଉତ୍କଳିକା ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ଚଳିତବର୍ଷ ଉତ୍କଳିକା ପ୍ରାୟ ୫୦
କୋଟି ଟଙ୍କାରବିକ୍ରିବଟା କରି ଆର୍ଥିକ ଅଭିବୃଦ୍ଧି ଲକ୍ଷ୍ୟ ହାସଲ କରିବ ବୋଲି ଆଜି ଉତ୍କଳିକାର ହୀରକ ଜୟନ୍ତୀ ସମାରୋହରେ ମୁଖ୍ୟ ଅତିଥି ଭାବେ େ୩⁄୪ାଗଦେଇ ହସ୍ତତନ୍ତ,ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ ମତବ୍ୟକ୍ତ କରିଛନ୍ତି ।
ଆଜି ଭୁବନେଶ୍ୱର ରସୁଲଗଡ଼ ଶିଳ୍ପାଞ୍ଚଳସ୍ଥିତ ଉତ୍କଳିକାର ମୁଖ୍ୟ।ଳୟରେ ଆୟୋଜିତ ଉତ୍ସବକୁ ଉଦ୍‌ଘାଟନ କରି ମନ୍ତ୍ରୀ ଶ୍ରୀମତୀ ଛୁରିଆ କହିଲେ, ରାଜ୍ୟରେ ହସ୍ତତନ୍ତ ଓ ହସ୍ତଶିଳ୍ପରବିକାଶ ନିମନ୍ତେ ରାଜ୍ୟ ସରକାରବହୁ ପଦକ୍ଷେ ପ ଗ୍ରହଣ କରିଛନ୍ତି । ନିକଟରେ କଳା ସଂଗ୍ରହାଳୟ ସାଞଗାରଣ ଜନତାଙ୍କ ନିମନ୍ତେ ଉଦ୍‌ଘାଟିତ ହୋଇଛି । ହସ୍ତତନ୍ତ ଓ ହସ୍ତଶିଳ୍ପ ଉନ୍ନୟନବିକାଶ ପରିଷଦ ଗଠନ କରାଯ।ଇଛି । ରଘୁରାଜ ପୁର ସମେତ ଓଡ଼ିଶାର ଆଉ ଦୁଇଟି ସ୍ଥାନରେ କ୍ରାଫଫ ଭିଲେଜ୍‌ ନିର୍ମାଣ କାର୍ଯ୍ୟର ଅଗ୍ରଗତି ହୋଇଛି । କଞ୍ଚାମାଲବ୍ୟାଙ୍କ୍‌, ଉତ୍କଳିକାର ବିକ୍ରୟ କେନ୍ଦ୍ର, ପୁଞ୍ଜ ଉନ୍ନୟନ କାର୍ଯ୍ୟକ୍ରମ ଆଦି ମାଧ୍ୟମରେ ହସ୍ତଶିଳ୍ପ କ୍ଷେତ୍ରର ସାମଗ୍ରିକ ବିକାଶ ଏବଂ ଅଭିବୃଦ୍ଧି ନିମନ୍ତେ ଉଦ୍ୟମ ଜାରି ରହିଛି ବୋଲି ମନ୍ତ୍ରୀ ଶ୍ରୀମତୀ ଛୁରିଆ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଚଳିତବର୍ଷ ନିଗମର ଲାଭାଂଶରୁ ଉତ୍କଳିକାର କର୍ମଚାରୀମାନଙ୍କୁ ଅତିରିକ୍ତ ୧୫ ପ୍ରତିଶତ ମହଙ୍ଗାଭତ୍ତା ପ୍ରଦାନ କରାଯବ ବୋଲି ମନ୍ତ୍ରୀ ଶ୍ରୀମତୀ ଛୁରିଆ ଘୋଷଣା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେବିଧାୟକ  ପ୍ରିୟଦର୍ଶୀ ମିଶ୍ର, ଉତ୍କଳିକାର ସଭା ପତି ଯତୀନ୍‌ ସାହୁ,ବିଶିଷ୍ଟ ପ୍ରସ୍ତର କଳା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ସାହୁ, କେନ୍ଦ୍ର ହସ୍ତଶିଳ୍ପ ଉନ୍ନୟନ ଆୟୁକ୍ତଙ୍କ ଅଧିକାରୀ ଶ୍ରୀମତୀ ଶୈଳଜା ପ୍ରମୁଖ ଉଦ୍‌ବୋଧନ ଦେଇ ହସ୍ତଶିଳ୍ପ କ୍ଷେତ୍ରରେବିକାଶ ନିମନ୍ତେ କାରିଗରମାନଙ୍କୁ ପରାମର୍ଶ ଦେଇଥିଲେ । ହସ୍ତ ଓ କୁଟୀର ଶିଳ୍ପ ନିର୍ଦ୍ଦେଶକ ଇଂଜିନିୟର ଶୀତିକାନ୍ତ ଷଡ଼ଙ୍ଗୀ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ଉତ୍କଳିକାର ପରିଚାଳନା ନିର୍ଦ୍ଦେଶକ ସତ୍ୟରଞ୍ଜନ ସାହୁ ଧନ୍ୟବାଦ ଅ ର୍ପଣ କରିଥିଲେ ।

ପ୍ରକାଶ ଥାଉକି, ୧୯୫୯ ମସିହା ମଇ ୧୩ ତାରିଖରେ ପ୍ରତିଷ୍ଠିତ ଉତ୍କଳିକା ଏବେ ଏକ ଲାଭଜନକ ସଂସ୍ଥା ଭାବେ ରାଜ୍ୟ ଭିତରେ ଓ ରାଜ୍ୟବାହାରେ ୧୪ଟି ଶାଖା ଜରିଆରେ ବିକ୍ରିବଟା କରୁଛି । ଗତ ଆର୍ଥିକବର୍ଷରେ ଉତ୍କଳିକା ୨୧୭୩.୪୫ ଲକ୍ଷ ଟଙ୍କାରବ୍ୟବସାୟ କରିଛି । ଭୁବନେଶ୍ୱରରେ ପ୍ରଥମ ଥର ପାଇଁ ‘ଚାନ୍ଦୁଆ ଶିଳ୍ପ’ କାରିଗରମାନଙ୍କୁ ନେଇ ଏକ ସ୍ୱତନ୍ତ୍ର ପ୍ରଦର୍ଶନୀ ଆୟୋଜନ କରିଛି । ଉତ୍କଳିକାର ଉଦ୍ୟମରେ ଚାନ୍ଦୁଆ ଶିଳ୍ପ, ପଥର ଶିଳ୍ପ ଏବଂ ଟସର ପଟ୍ଟଚିତ୍ରକୁ ଭୌଗୋଳିକ ମାନସୂଚୀରେ ସ୍ଥାନିତ କରାଯ।ଇଛି ।
ହସ୍ତଶିଳ୍ପ ଓ ହସ୍ତତନ୍ତ ସାମଗ୍ରୀରବିକ୍ରୟବ୍ୟବସ୍ଥାବ୍ୟତୀତ ଉତ୍କଳିକା ପି ପିଲିଠାରେ ଚାନ୍ଦୁଆ ଶିଳ୍ପ, କଣ୍ଟିଲୋଠାରେ କଂସା ପିତ୍ତଳ ଶିଳ୍ପ, ମଞ୍ଚେଶ୍ୱରଠାରେ ପଥର ଓ ତାଳ ପତ୍ର ଖୋଦେଇର କଞ୍ଚାମାଲ ବିକ୍ରୟ କେନ୍ଦ୍ର ଖୋଲାଯ।ଇ ଉଚିତ ମୂଲ୍ୟରେ କାରିଗରମାନଙ୍କୁ େଯ।ଗାଇ ଦିଆଯଉଛି । ହସ୍ତଶିଳ୍ପ କ୍ଷେତ୍ରରେ ସଚେତନତା ସୃଷ୍ଟି ନିମନ୍ତେ ସକାଳେ କିଟ୍‌ ଛକଠାରୁ ଉତ୍କଳିକାର ମୁଖ୍ୟ  କାର୍ଯ୍ୟ।ଳୟ ପର୍ଯ୍ୟନ୍ତ ଏକ ମୋଟର ସାଇକେଲ ରାଲି ଅନୁଷ୍ଠିତ ହୋଇଥିଲା । ଏହି ରାଲିରେ ଏବଂ ଉତ୍ସବରେ ବହୁ ହସ୍ତଶିଳ୍ପ ସମିତିର ସଭ୍ୟ, ହସ୍ତଶିଳ୍ପ ଓ ହସ୍ତତନ୍ତ କାରିଗର ସଂସ୍ଥା, କର୍ମକର୍ତ୍ତା, ଅଞଗିକାରୀ ଓ କର୍ମଚାରୀ ଯଗଦେଇଥିଲେ ।