ବିଶ୍ୱର ଦ୍ୱିତୀୟ ପୁରାତନ ଶୀଳା ଓଡିଶାରେ

0
862
sila
sila

କଲିକତା : ବିଶ୍ୱର ଦ୍ୱିତୀୟ ପୁରାତନ ଶୀଳା ଓଡିଶାରେ। ଶୀଳାଟି ୪.୨୪୦ ବିଲିୟନ ବର୍ଷ ପୂର୍ବର ହୋଇଥିବା ସୂଚନା ଦିଆଯାଇଛି।

କେନ୍ଦୁଝର ଜିଲ୍ଲା ଚମ୍ପୁଆରୁ ବିଶ୍ୱର ଦ୍ୱିତୀୟ ପୁରାତନ ଶୀଳା ଆବିଷ୍କୃତ ହୋଇଛି। ପଶ୍ଚିମ ଅଷ୍ଟ୍ରେଲିଆର ଜ୍ୟାକ ପର୍ବତମାଳାରୁ ବିଶ୍ୱର ପ୍ରଥମ ପୁରାତନ ଶୀଳା ମିଳିଥିବା ବେଳେ ଚମ୍ପୁଆରୁ ଏହି ଜିରକନ ଶୀଳା ୮ ବର୍ଷ ତଳେ ମିଳିଥିଲା। ଯାହାକୁ ନେଇ ବିଶ୍ୱରେ ଚର୍ଚ୍ଚା ଜୋର ଧରିଥିଲା। ସେବେଠାରୁ ଏହା ଉପରେ ଗବେଷଣା ହେଉଥିଲା।

ଗବେଷଣା ପରେ ଗବେଷକମାନେ ଏହି ଶୀଳାଟି ୪.୨୪୦ ବିଲିୟନ ବର୍ଷ ପୂର୍ବର ହୋଇଥିବା ପ୍ରକାଶ କରିଛନ୍ତି। ଶୀଳାଟି ମିଳିବା ପରେ ଭାରତୀୟ ପରିସଂଖ୍ୟାନ ପ୍ରତିଷ୍ଠାନ କଲିକତା ଠାରେ ଭୂତତ୍ତ୍ୱ ବିଭାଗ ଦ୍ୱାରା ଶୀଳାଟିର ପରୀକ୍ଷା ନିରୀକ୍ଷା ଆରମ୍ଭ ହୋଇଥିଲା । ତେବେ ପରେ ବେଜିଂରେ କାମ କରୁଥିବା ଚାଇନିଜ ଏକାଡେମୀ ଅଫ୍ ଜିଓଲୋଜିକାଲ ସାଇନ୍ସର ଗବେଷକ ୟୁସେଙ୍ଗ ୱାନ ସହଭାଗୀତା ଅବସ୍ଥାରେ ପରୀକ୍ଷା କରିଥିଲେ। ତେବେ ଏହି ଶୀଳାଖଣ୍ଡ ବିଶ୍ୱର ସୃଷ୍ଟି ବାବଦରେ ତଥ୍ୟ ଯୋଗାଇଦେବା ସହ ପୃଥିବୀରେ ପାଣି କେବେଠାରୁ ଉପଲବ୍ଧ ହେଲା ସେ ନେଇ ଗବେଷଣାରେ ସହାୟକ ହେବାର ସୂଚନା ଦିଆଯାଇଛି।