ବିଶ୍ୱ ମାତୃ ଦିବସ : ଅତୁଳନୀୟ ମାଆର ଅବଦାନ

0
796
mothers day
mothers day
ଭୁବନେଶ୍ୱର : ସମସ୍ତଙ୍କ ଜୀବନରେ ମାଆର ଭୂମିକା ଗୁରୁତ୍ୱପୂର୍ଣ୍ଣ । ମାଆର ଅବଦାନ ଅତୁଳନୀୟ। ମାଆର ଏହି ବାତ୍ସଲ୍ୟ ମମତା, ତ୍ୟାଗ, ବଳିଦାନକୁ ମନେପକାଇ ଓ ସମ୍ମାନ ଜଣାଇ ଆଜିର ଦିନକୁ ‘ମାତୃତ୍ୱ ଦିବସ’ ଭାବେ ପାଳନ କରାଯାଉଛି ।

ଆଜି ‘ବିଶ୍ୱ ମାତୃ ଦିବସ’। ମାଆ ପାଇଁ ଦିନ ଟିଏ। ପ୍ରତିବର୍ଷ ମେ ମାସର ଦ୍ୱିତୀୟ ରବିବାର ‘ମଦର୍ସ ଡେ’ ରୁପେ ପାଳନ କରାଯାଏ। ଦୁନିଆର ସୃଷ୍ଟିକର୍ତ୍ତା ହେଉଛି ମାଆ। ନିଜର ଔରସରୁ ଜନ୍ମ କଲା ପରେ ମାଆ ତା’ଶିଶୁକୁ ଚଲାଇବା ଶିଖେଇଥାଏ। ଶିଶୁଟି ମାଆ ଶବ୍ଦରୁ ହିଁ କଥା କହିବା ଆରମ୍ଭ କରେ। ଶିଶୁକୁ ଆଲୋକ ଦେଖାଇ ଥାଏ ମାଆ। ଶିଶୁଟି ପ୍ରଥମେ ଜୀବନର ପ୍ରଥମ ପାଠପଢା ନିଜ ମାଆ ଠାରୁ ହିଁ ଶିକ୍ଷା ଲାଭ କରିଥାଏ। ଏ ଧରାପୃଷ୍ଠରେ ଜୀବନକୁ ମାଆର ଅବଦାନ ଅତୁଳନୀୟ। ସମସ୍ତଙ୍କ ଜୀବନରେ ମାଆର ଭୂମିକା ଗୁରୁତ୍ୱପୂର୍ଣ୍ଣ । କେବଳ ଜନ୍ମ ନୁହେଁ, ବାତ୍ସଲ୍ୟ ମମତା, ତ୍ୟାଗ, ବଳିଦାନ ଢାଳିଦେଇଥାଏ ମାଆ । ମାଆର ଏହି ବଳିଦାନକୁ ମନେପକାଇ ଓ ସମ୍ମାନ ଜଣାଇ ଆଜିର ଦିନକୁ ‘ମାତୃତ୍ୱ ଦିବସ’ ଭାବେ ପାଳନ କରାଯାଉଛି ।