ବୁଗୁଡ଼ା ରେଞ୍ଜରେ ବଢିଲେ କୃଷ୍ଣସାର ମୃଗ

0
915

ଗଞ୍ଜାମ : ବୁଗୁଡ଼ା ରେଞ୍ଜରେ କୃଷ୍ଣସାର ମୃଗଙ୍କ ସଂଖ୍ୟା ବୃଦ୍ଧି ପାଇବା ସ୍ଥାନୀୟ ଗ୍ରାମବାସୀ ଓ ପରିବେଶବିତ୍ ମାନଙ୍କୁ ଉତ୍ସାହିତ କରିଛି । ୨୦୧୮ ଗଣନାରେ କୃଷ୍ଣସାର ମୃଗଙ୍କ ସଂଖ୍ୟା ବୁଗୁଡ଼ା ରେଞ୍ଜରେ ୧୩୫୩ରେ ପହଂଚିଛି । ସେଥିରୁ ୭୮୨ ମାଇ ଓ ୩୮୪ ଅଣ୍ଡିରା କୃଷ୍ଣସାର ଥିବା ଚିହ୍ନଟ ହୋଇଛି । ଗତ ୨୦୧୫ ଗଣନାରେ ଏହି ସଂଖ୍ୟା ୧୨୩୯ ଥିବା ବୁଗୁଡ଼ା ରେଞ୍ଜ ଅଧିକାରୀ ପ୍ରଶାନ୍ତ ସାହୁ ସୂଚନା ଦେଇଛନ୍ତି । ଫେବୃଆରୀ ୨୮ ତାରିଖ ସକାଳ ୬ରୁ ୧୧ଟା ଯାଏଁ ସେହି ଗଣନା କରାଯାଇଥିଲା । ୮୧ ଜଣ ଗଣନାକାରୀ ୨୮ଟି ଟିମ୍ ରେ ବିଭକ୍ତ ହୋଇ ଗଣନାରେ ସାମିଲ ହୋଇଥିଲେ । ଜିଲ୍ଲାର ବୁଗୁଡ଼ା, ଆସିକା, ପୋଲସରା, ଖଲ୍ଲିକୋଟ ରେଞ୍ଜରେ ଏହି ବିରଳ କୃଷ୍ଣସାର ମୃଗଙ୍କୁ ଦେଖିବାକୁ ମିଳିଥାଏ । ସ୍ଥାନୀୟ ଗ୍ରାମବାସୀମାନେ ଏହି ପ୍ରଜାତିର ସୁରକ୍ଷା ଓ ସଂରକ୍ଷଣ ଯୋଗାଇ ଆସୁଛନ୍ତି ।