ବୁଡିଲା ଡଙ୍ଗା : ୮ ମୃତ

0
927
Boat-Tragedy
Boat-Tragedy

ଭାଗଲପୁର :  କୋଶୀ ନଦୀରେ ନୌକା ଡୁବି ଯିବାରୁ ୮ ଜଣଙ୍କର ମୃତ୍ୟୁ ଘଟିଛି। ସାତ ଜଣଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଛନ୍ତି।

ବିହାରର ଭାଗଲପୁର  ଜିଲ୍ଲାରେ ରବିବାର କୋଶୀ ନଦୀରେ ନୌକା ଡୁବି ଯିବାରୁ ୮ ଜଣଙ୍କର ମୃତ୍ୟୁ ଘଟିଛି।  ଏହି ଘଟଣାରେ ଅନ୍ୟ ସାତ ଜଣ ଲୋକଙ୍କୁ ଉଦ୍ଧାର କରାଯାଇଛି। କିଛି ଲୋକଙ୍କ ଅବସ୍ଥା ଗୁରୁତର ରହିଛି। ଏହି ଘଟଣା ଭାଗଲପୁର  ଜିଲ୍ଲାର ନଉଗାଛିଆ ଥାନା ଅନ୍ତର୍ଗତ ନଗରା  ଜୋନି ଟୋଲା ନିକଟରେ ଘଟିଛି।  ପୋଲିସ ମୁତାବକ ଜୋନିଆ ଟୋଲା ନଗରାରେ ପ୍ରାୟ ୧୫ ଜଣ ଏକ ଛୋଟ ଡଙ୍ଗାରେ ବସି କୋଶୀ ନଦୀ ଅତିକ୍ରମ କରୁଥିଲେ। ଏହି ସବୁ ଲୋକେ ଅନ୍ଧେରୀ ବିନ୍ଦ ଟୋଲିରେ ଏକ ବିବାହ ସମାରୋହରେ ଭୋଜି ଖାଇବାକୁ ଯାଉଥିଲେ। ଭୋଜି ଖାଇ ସାରି ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି।  ଏହି ଦୁର୍ଘଟଣାରେ ଆଠ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ସାତ ଜଣଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଛନ୍ତି।ଘଟଣାର ସୂଚନା ମିଳିବା ମାତ୍ରେ  ପୋଲିସ ଓ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଦୁର୍ଘଟଣାରେ ଅନେକ ଲୋକଙ୍କ ମୃତ୍ୟୁର ସୂଚନା ମିଳିବା ମାତ୍ରେ ମୃତକ ପରିବାର ଦୁଃଖରେ ଭାଙ୍ଗିଛନ୍ତି। ଗାଁରେ ଶୋକାକୁଳ ମାହୋଲ ରହିଛି।