ବେଆଇନ୍ ଚାଲାଣ : ବିମାନ ବନ୍ଦରରେ ୨୨ ଲକ୍ଷର ସୁନା ଓ ବିଦେଶୀ ମୁଦ୍ରା ଜବତ, ୪ ଅଟକ

0
821
Seizeure of gold
Seizeure of gold
ଭୁବନେଶ୍ୱର : ବେଆଇନ୍   ସୁନା ଓ ବିଦେଶ ମୁଦ୍ରା  ଚାଲାଣ କରୁଥିବା ୪ ଜଣ ଯାତ୍ରୀଙ୍କୁ ଅଟକ ରଖିଛି କଷ୍ଟମସ୍ ବିଭାଗ। ସେମାନଙ୍କୁ ନିକଟରୁ ୨୨ ଲକ୍ଷ ୨୩ ହଜାର ଟଙ୍କାର ସାମଗ୍ରୀ ଜବତ କରାଯାଇଛି।
ଭୁବନେଶ୍ୱର ବିମାନ ବନ୍ଦରରୁ ଆଜି ପୁଣି ଥରେ ବେଆଇନ୍  ସୁନା ଓ ବିଦେଶ ମୁଦ୍ରା ଜବତ  କରାଯାଇଛି। ଏହି ଘଟଣାରେ ୪ ଜଣ ଯାତ୍ରୀଙ୍କୁ ଅଟକ ରଖିଛି କଷ୍ଟମସ୍ ବିଭାଗ । ଅଟକ ୪ ସମସ୍ତ ଯାତ୍ରୀ ବ୍ୟାଙ୍କକରୁ ଏୟାର ଇଣ୍ଡିଆ ବିମାନ ଯୋଗେ ଭୁବନେଶ୍ୱର ଆସୁଥିଲେ ଓ ସେମାନେ ଦିଲ୍ଲୀ, କୋଲକତା ଓ କଟକ ଅଞ୍ଚଳର ବାସିନ୍ଦା ବୋଲି ସୂଚନା ମିଳିଛି। ଏହି ଯାତ୍ରୀମାନେ ସୁନାକୁ ବେସଲେଟ୍ ଓ ସୁନା ଚେନର ରୂପ ଦେଇ ଚାଲାଣ କରୁଥିଲେ ବୋଲି ଜଣାଯାଇଛି।   କିଛି ଦିନ ପୂର୍ବରୁ ମଧ୍ୟ ଭୁବନେଶ୍ୱର ବିମାନ ବନ୍ଦରରୁ ୨ ଯାତ୍ରୀ ମଳଦ୍ୱାର ବାଟେ ସୁନା ନେବା ବେଳେ ବିମାନ ବନ୍ଦରର ସୁରକ୍ଷା କର୍ମୀଙ୍କ ହାତରେ ଧରା ପଡ଼ିଥିଲେ।