ବୋମା ବିସ୍ଫୋରଣ: ୪ ଗୁରୁତର

0
862
bomb-blast
bomb-blast
ଢ଼େଙ୍କାନାଳ :  ହାତୀ ଘଉଡ଼ାଇବା ପାଇଁ  ରଖାଯାଇଥିବା ବୋମା ବିସ୍ଫୋରଣରେ ଗୋଟିଏ ପରିବାର ୪ ଜଣ ଗୁରୁତର ଅଛନ୍ତି ।   ଢ଼େଙ୍କାନାଳ ଜିଲ୍ଲା ଗନ୍ଦିଆ ବ୍ଲକ୍‌ ଝାରଦା ଗ୍ରାମରେ ଏହି ବୋମା ବିସ୍ଫୋରଣ ହୋଇଛି ।
 ଢ଼େଙ୍କାନାଳ ଜିଲ୍ଲା ଗନ୍ଦିଆ ବ୍ଲକ୍‌ ଝାରଦା ଗ୍ରାମରେ ବୋମା ବିସ୍ଫୋରଣରେ ଗୋଟିଏ ପରିବାର ୪ ଜଣ ଗୁରୁତର ଅଛନ୍ତି । ପୀତବାସ ଗୁରୁଙ୍କ ଘରେ ଏହି ବୋମା ବିସ୍ଫୋରଣ ହୋଇଛି । ବିସ୍ଫୋରଣରେ ଦୁଇ ଶିଶଙ୍କ ସମେତ ଜଣେ ବୃଦ୍ଧ ଓ ନିଜେ ପୀତବାସ ଗୁରୁ ଆହତ ହୋଇଛନ୍ତି । ତେବେ ପୀତବାସଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ତାଙ୍କୁ ଗୁରୁତର ଅବସ୍ଥାରେ ଢ଼େଙ୍କନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।  ମିଳିଥିବା ପ୍ରାଥମିକ ସୂଚନା ମୁତାବକ, ପୀତବାସଙ୍କ ଘରେ ହାତୀ ଘଉଡ଼ାଇବା ପାଇଁ ବୋମା ରଖାଯାଇଥିଲା । ବୋମାଟି ଘରେ ଥିବା ଶିଶୁ ନଜରରେ ପଡ଼ିଥଲା ଏବଂ ସେ ତାହାକୁ ଗଡ଼ାଇ ଦେଇଥିଲା । ଫଳରେ ଘର ଭିତରେ ବସ୍ଫୋରଣ ହୋଇଥିଲା । ବିସ୍ଫୋରଣରେ ପରିବାରର ଚାରି ଜଣ ସଦସ୍ୟ ଗୁରୁତର ଆହତ ହୋଇଛନ୍ତି । ପୋଲିସ ତଦନ୍ତ ଆରମ୍ଭ କରିଛି ।