ବୈତରଣୀରେ ବୁଡ଼ି ତିନି ମୃତ

0
799
drown
drown

ଭଦ୍ରକ: ବୈତରଣୀ ନଦୀରେ ବୁଡ଼ି  ତିନିଜଣଙ୍କ ମୃତ୍ୟୁ ଘଟିଛି। ତିନିଜଣ ମୃତକ ସ୍ଥାନୀୟ ବୋଇତେଇ ସାହିର ବୋଲି ଜଣାପଡ଼ିଛି। ନଦୀରେ ବୁଡ଼ି ଯାଉଥିବା ସମ୍ପର୍କରେ ଖବର ପାଇ ସ୍ଥାନୀୟଲୋକମାନେ ସେମାନଙ୍କୁ ଉଦ୍ଧାର କରିବାକୁ ଆସିଥିଲେ ହେଁ ସେତେବେଳକୁ ତିନିଜଣଙ୍କ ମୃତ୍ୟୁ ହୋଇସାରିଥିଲା।

ସୂଚନାଯୋଗ୍ୟ,ଭଦ୍ରକସ୍ଥିତ ବୈତରଣୀ ନଦୀରେ ବୁଡ଼ି ଶନିବାର ଅପରାହ୍ନରେ ତିନିଜଣଙ୍କ ମୃତ୍ୟୁ ଘଟିଛି।  ଆଜି ବୋଇତେଇ ସାହିର ତିନିଜଣ ବୈତରଣୀ ନଦୀକୁ ଗାଧୋଇବାକୁ ଆସିଥିଲେ। ଗାଧୋଉ ଥିବା ସମୟରେ ଜଣକର ଗୋଡ଼ ଖସି ଯାଇଥିଲା। ଅନ୍ୟ ଦୁଇଜଣ ତାକୁ ବଞ୍ଚାଇବାକୁ ଯାଇଥିଲେ। ଫଳରେ ତିନିଜଣଙ୍କର ନଦୀରେ ବୁଡ଼ି ଯାଇଥିଲେ। ନଦୀରେ ବୁଡ଼ି ଯାଉଥିବା ସମ୍ପର୍କରେ ଖବର ପାଇ ସ୍ଥାନୀୟଲୋକମାନେ ସେମାନଙ୍କୁ ଉଦ୍ଧାର କରିବାକୁ ଆସିଥିଲେ ହେଁ ସେତେବେଳକୁ ତିନିଜଣଙ୍କ ମୃତ୍ୟୁ ହୋଇସାରିଥିଲା। ରିପୋର୍ଟ ଲେଖା ହେଲାବେଳକୁ ମୃତକଙ୍କ ନାମ ଜଣାପଡ଼ି ନଥିଲା।