ବୌଦ୍ଧ ଧର୍ମ ଗ୍ରହଣ କରିବେ ବିଧାୟକ କୃଷ୍ଣଚନ୍ଦ୍ର ଶଗରିଆ

0
957
Krushna sagaria
Krushna sagaria

ଭୁବନେଶ୍ୱର : ହିନ୍ଦୁ ଧର୍ମ ଛାଡ଼ି ବୌଦ୍ଧ ଧର୍ମ ଗ୍ରହଣ କରିବେ କୋରାପୁଟର କଂଗ୍ରେସ ବିଧାୟକ କୃଷ୍ଣଚନ୍ର୍ ଶଗରିଆ ।
ଆସନ୍ତାକାଲି ଧର୍ମ ପରିବର୍ତ୍ତନ କରିବେ। ଶନିବାର ସପରିବାରେ ସେ ହିନ୍ଦୁ ଧର୍ମ ଛାଡ଼ି ବୌଦ୍ଧ ଧର୍ମ ଗ୍ରହଣ କରିବେ। ଧର୍ମ ପରିବର୍ତନ ନେଇ ପୂର୍ବରୁ ସତ୍ୟପାଠ କରିସାରିଛନ୍ତି। କୋରାପୁଟ ଏକଜିକ୍ୟୁଟିଭ୍ ମାଜିଷ୍ଟ୍ରେଟଙ୍କ ପାଖରେ ସେ ଓ ତାଙ୍କ ପରିବାର ଲୋକେ ସତ୍ୟପାଠ କରିଥିଲେ ।
ଏ ସମ୍ପର୍କରେ ଶ୍ରୀ ଶଗରିଆ କହିଛନ୍ତି ଯେ ବୌଦ୍ଧ ଧର୍ମରେ ରହିଛି ପ୍ରଜ୍ଞା, ମୈତ୍ରୀଭାବ ଓ ସମତା। ପୂର୍ବରୁ ତାଙ୍କର ଧର୍ମ ବୌଦ୍ଧ ଥିଲା । ତେଣୁ ସେ ଧର୍ମ ପରିବର୍ତନ କରୁନାହାନ୍ତି ବରଂ ନିଜ ଧର୍ମକୁ ଫେରିଯାଉଛନ୍ତି ବୋଲି କହିଛନ୍ତି। ତେବେ ହଠାତ୍ ସେ ଏପରି ନିଷ୍ପତି କାହିଁକି ନେଲେ ସେନେଇ ସାଧାରଣରେ ପ୍ରଶ୍ନବାଚୀ ସଷ୍ଟି ହୋଇଛି।