ବ୍ରହ୍ମପୁର : କଂଗ୍ରେସ ଛାଡିଲେ ୧୦ କର୍ପୋରେଟର

0
850
congress
congress
ବ୍ରହ୍ମପୁର : ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସର ପୁରୁଖା ନେତା ଚନ୍ଦ୍ରଶେଖର ସାହୁ ଇସ୍ତଫା ଦେଇଥିବା ବେଳେ ଆଜି  ବ୍ରହ୍ମପୁର ମହାନଗର ନିଗମର ୧୦ ଜଣ କର୍ପୋରେଟର ସମୂହଭାବେ କଂଗ୍ରେସ ଛାଡିଛନ୍ତି ।
ରାଜ୍ୟ କଂଗ୍ରେସର ଗୋଷ୍ଠୀ କନ୍ଦଳ ଏବେ ଧିରେ ଧିରେ ଦଳକୁ ସଂପୂର୍ଣ୍ଣ ଦୁର୍ବଳ କରିବାକୁ ବସିଛି । ଗୋଟିଏ ପରେ ଗୋଟିଏ ଦଳର କର୍ମୀମାନେ ହାତ ଛାଡ଼ୁଛନ୍ତି । ପ୍ରଥମେ ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସର ପୁରୁଖା ନେତା ଚନ୍ଦ୍ରଶେଖର ସାହୁ ଇସ୍ତଫା ଦେଇଥିବା ବେଳେ ଆଜି ବ୍ରହ୍ମପୁର ମହାନଗମରୁ ଦଳକୁ ଏକ ବଡ଼ ଝଟକା ମିଳିଛି । ବ୍ରହ୍ମପୁର ମହାନଗର ନିଗମର ୧୦ ଜଣ କର୍ପୋରେଟର ସମୂହଭାବେ କଂଗ୍ରେସ ଛାଡିଛନ୍ତି ।  ବିଏମ୍‌ସିର ୧୦ ଜଣ ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ନିକଟକୁ ନିଜ ଇସ୍ତଫାପତ୍ର ପଠାଇଛନ୍ତି । ବ୍ରହ୍ମପୁରରେ ମୋଟ ୧୧ ଜଣ କଂଗ୍ରେସ କର୍ପୋରେଟର ରହିଥିବା ବେଳେ ସେମାନଙ୍କ ମଧ୍ୟରୁ ୧୦ ଜଣ ଆଜି ଦଳରୁ ଇସ୍ତଫା ଦେଇଛନ୍ତି । ଦଳ ଭିତରେ ଗୋଷ୍ଠୀ କନ୍ଦଳ ଓ ବିଶୃଙ୍ଖଳା ଯୋଗୁଁ କଂଗ୍ରେସ ଦଳରୁ ଇସ୍ତଫା ଦେଇଛୁ ବୋଲି ସେମାନେ କହିଛନ୍ତି ।

ଗତକାଲି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖରଙ୍କ ସମେତ ୩ ଜଣ କଂଗ୍ରେସରୁ ଇସ୍ତଫା ଦେଇଥିଲେ । ଇସ୍ତଫା ଦେଇଥିବା କର୍ପୋରେଟର ମାନେ ଆସନ୍ତା ୪ ତାରିଖରେ ବିଜେଡିର ମିଶ୍ରଣ ପର୍ବରେ ଶ୍ରୀ ସାହୁଙ୍କ ସହିତ ବିଜେଡିରେ ବିଧିବଦ୍ଧ ଭାବେ ଯୋଗ ଦେବେ ବୋଲି ଚର୍ଚ୍ଚା ହେଉଛି ।