ବ୍ୟସ୍ତବହୁଳ ବିମାନ ବନ୍ଦର : ଦେଶର ୧୫ଟି ସୂଚୀରେ ଭୁବନେଶ୍ୱର

0
903
biju patnaik air port
biju patnaik air port

ଭୁବନେଶ୍ୱର : ଦେଶର ୧୫ଟି ବ୍ୟସ୍ତବହୁଳ ବିମାନ ବନ୍ଦର ସୂଚୀରେ ସ୍ଥାନ ପାଇଲା ଭୁବନେଶ୍ୱର। ଏହି ତାଲିକାରେ ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁର, ଚେନ୍ନାଇ, କୋଲକାତା, ହାଇଦ୍ରାବାଦ, କୋଚି, ଅହମ୍ମଦାବାଦ, ପୁଣେ, ଗୋଆ, ଜୟପୁର, ଗୌହାଟୀ ଓ ତିରୁଅନନ୍ତପୁରମ୍ ସହିତ ଭୁବନେଶ୍ୱର ରହିଛି ।
ଭୁବନେଶ୍ୱର ବିମାନବନ୍ଦର ଦେଇ ଅଧିକ ଯାତ୍ରୀ ଯାତାୟତ କରିଛନ୍ତି । ଗତ ବର୍ଷକ ମଧ୍ୟରେ ୩୯.୪ ପ୍ରତିଶତ ଅଧିକ ଯାତ୍ରୀ ଭୁବନେଶ୍ୱର ବିମାନବନ୍ଦର ଦେଇ ବିଭିନ୍ନ ସ୍ଥାନକୁ ଯାତ୍ରା କରିଥିବା ଜଣାପଡ଼ିଛି । ଯାତ୍ରୀ ଅଭିବୃଦ୍ଧି କ୍ଷେତ୍ରରେ ଦେଶର ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁର ଭଳି ବିମାନବନ୍ଦରଗୁଡ଼ିକୁ ପଛରେ ପକାଇ ଦେଇଛି ବିଜୁ ପଟ୍ଟନାୟକ ବିମାନ ବନ୍ଦର । ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ ପକ୍ଷରୁ ଦେଶର ୧୫ଟି ବ୍ୟସ୍ତବହୁଳ ବିମାନବନ୍ଦରର ସୂଚୀରେ ସ୍ଥାନ ପାଇଛି ଭୁବନେଶ୍ୱର । ଭୁବନେଶ୍ୱର ବିମାନ ବନ୍ଦରରେ ୨୦୧୬-୧୭ରେ ୨୩ ଲକ୍ଷ ୩୨ ହଜାର ୪୩୩ ଯାତ୍ରୀ ଯାତାୟତ କରିଥିବାବେଳେ ୨୦୧୭-୧୮ ବର୍ଷରେ ଏଥିରେ ୩୯.୪ ପ୍ରତିଶତ ବୃଦ୍ଧି ପାଇଛି । ଭୁବନେଶ୍ୱର ଦେଇ ଏହି ଅବଧି ମଧ୍ୟରେ ୩୨ ଲକ୍ଷ ୫୦ ହଜାର ୬୩୫ ଯାତ୍ରୀ ବିଭିନ୍ନ ସ୍ଥାନକୁ ଯାଇଛନ୍ତି ।