ଭଦ୍ରକ : ଭଦ୍ରକ ପୌର ପରିଷଦ ଓ ଏହାର ବାହାରରେ ଅଂଚଳରେ ଜାରି ହୋଇଥିବା ୧୪୪ ଧାରାକୁ ରାତି ୧୦ଟା ପର୍ଯ୍ୟନ୍ତ କୋହଳ କରାଯାଇଛି । ରାମ ନବମୀ ପାଇଁ ୧୪୪ ଧାରାକୁ କୋହଳ କରାଯାଇଥିବା ସୂଚନା ଦିଆଯାଇଛି । ଚଳଚଞ୍ଚଳ ହୋଇପଡ଼ିଛି ଭଦ୍ରକ ସହର । ଆଜି ସହରରେ ସଙ୍କୀର୍ତ୍ତନ ଶୋଭାଯାତ୍ରା ବାହାରିବ । ଏଥିରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସହିତ ୫୦ଟି ମେଢ଼ ସାମିଲ ହେବାର ରହିଛି । ତେଣୁ ଆଜି ମଧ୍ୟାହ୍ନ ୧୨ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଭଦ୍ରକ ପୌର ପରିଷଦ ଓ ଏହାର ବାହାରରେ ଅଂଚଳରେ ଜାରି ହୋଇଥିବା ୧୪୪ ଧାରାକୁ କୋହଳ କରାଯିବ ବୋଲି ସୂଚନା ଦିଆଯାଇଛି । ଆଜି ପୁରୁଣା ରୁଟ୍ ଦେଇ ଶୋଭାଯାତ୍ରା ସହର ପରିକ୍ରମା କରିବ । ଶୋଭାଯାତ୍ରା ସମୟରେ ଯେପରି କୌଣସି ଅପ୍ରିତୀକର ପରିସ୍ଥିତି ସୃଷ୍ଟି ନ ହୁଏ ସେଥିପାଇଁ ତୀକ୍ଷଣ ନଜର ରଖାଯାଇଛି । ସହରର ବିଭିନ୍ନ ସ୍ଥାନରେ ୫୦ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଥିବା ବେଳେ ସୁରକ୍ଷା ବ୍ୟବସ୍ଥାକୁ ତଦାରଖ କରୁଛନ୍ତି ୪ ଜଣ କମାଣ୍ଡାଣ୍ଟ୍ ଓ ୭୦ ଜଣ ଅଫିସରଙ୍କୁ ନିୟୋଜିତ କରାଯାଇଛି । ଏହା ସହିତ ୪୮ ଘଣ୍ଟା ପର୍ୟ୍ୟନ୍ତ ଇଣ୍ଟରନେଟ୍ ସେବାକୁ ବନ୍ଦ କରି ଦିଆଯାଇଛି । କ୍ରାଇମବ୍ରାଞ୍ଚର ସାଇବର ସେଲ୍ କଡ଼ା ନଜର ରଖିଛି ।