ଭାରତରେ ୧୧୯ ଅରବପତି

0
924
arabpati
arabpati
ନୂଆଦିଲ୍ଲୀ : ଭାରତରେ ବର୍ତମାନ ଅରବପତିଙ୍କ ସଂଖ୍ୟା ୧୧୯ । ଆଗାମୀ ୧୦ ବର୍ଷ ମଧ୍ୟରେ ଏହି ସଂଖ୍ୟା ୩୫୭ ହୋଇଯିବ ବୋଲି ଜଣାପଡିଛି । ଅଫ୍ରଏସିଆ ବ୍ୟାଙ୍କ୍ ଗ୍ଲୋବାଲ ୱେଲ୍ଥ ମାଇଗ୍ରେସନ୍ ରିଭ୍ୟୁ ଆଜି ଏହି ସୂଚନା ଦେଇଛି ।
ସବୁଠାରୁ ଅଧିକ ଅରବପତି ଥିବା ଦେଶ ତାଲିକାରେ ଭାରତ ତୃତୀୟ ସ୍ଥାନରେ ରହିଛି ।  ଅଫ୍ରଏସିଆ ଦେଇଥିବା ରିପୋର୍ଟ ଅନୁସାରେ ଭାରତରେ ବର୍ତମାନ ଅରବପତିଙ୍କ ସଂଖ୍ୟା ୧୧୯ । ଆଗାମୀ ୧୦ ବର୍ଷ ମଧ୍ୟରେ ଏହି ସଂଖ୍ୟାରେ ଆହୁରି ୨୩୮ ଜଣ ଧନୀ ଯୋଡି ହେବେ ବୋଲି ଜଣାପଡିଛି ।  ଏପରି ଭାବେ ଚୀନରେ ମଧ୍ୟ ଅରବପତିଙ୍କ ସଂଖ୍ୟା ୪୪୮ରେ ପହଂଚିବ । ସେହିପରି ଆମେରିକାରେ ୨୦୨୭ ସୁଦ୍ଧା ଏହି ତାଲିକା ୮୮୪ରେ ପଂହଚିବ ଏବଂ ସବୁଠାରୁ ଅଧିକ ଆରବପତି ମାମଲାରେ ଆମେରିକା ପ୍ରଥମସ୍ଥାନରେ ରହିଛି । ଦ୍ୱିତୀୟ ସ୍ଥାନରେ ଚୀନ ଥିବାବେଳେ ଭାରତ ତୃତୀୟ ସ୍ଥାନରେ ରହିଛି ।

ଋିପୋର୍ଟରେ ସେହିମାନଙ୍କୁ ଅରବପତି ତାଲିକାରେ ସାମିଲ୍ କରାଯାଇଛି ଯେଉଁମାନଙ୍କ ସମ୍ପତି ୧ ଆରବ ଡଲାର ବା ତାହାଠାରୁ ଅଧିକ ରହିଥିବ । ଚୀନ ଏବଂ ଆମେରିକା ବ୍ୟତୀତ ବ୍ରିଟେନରେ ଅରବପତିଙ୍କ ସଂଖ୍ୟା ୧୧୩, ଜର୍ମାନୀରେ ୯୦ ଏବଂ ହଙ୍କକଙ୍ଗରେ ଏହି ସଂଖ୍ୟା ୭୮ ରହିଛି ।  ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି କି, ବିଶ୍ୱରେ ବର୍ଚମାନ ମୋଟ୍ ଅରବପତିଙ୍କ ସଂଖ୍ୟା ୨,୨୫୨ ଏବଂ ୨୦୨୭ରେ ଏହି ସଂଖ୍ୟା ୩,୪୪୪ ହେବ ବୋଲି ଆଶଙ୍କା କରାଯାଇଛି।   ମୋଟ୍ ସମ୍ପତିକୁ ଦେଖିଲେ ଭାରତ ଏବେ ବିଶ୍ୱର ଷଷ୍ଠ ଧନୀ ଦେଶ ଏବଂ ଦେଶର ମୋଟ୍ ସମ୍ପତି  ୮,୨୩୦ ଆରବ ଡଲାର ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି ।