ନୂଆଦିଲ୍ଲୀ : ଭାରତ ସରକାର ୧୧୦ ଲଢୁଆ ବିମାନ ନିର୍ମାଣ ପାଇଁ ଅରବ ଡଲାରର ମେକ ଇନ ଇଣ୍ଡିଆ ପ୍ରୋଜେକ୍ଟ ଦିଗରେ ପ୍ରଥମ ପାଦ ଆଗକୁ ବଢାଇଛି। ଏନେଇ ଭାରତୀୟ ବାୟୁସେନା ଶୁକ୍ରବାର ଟେଣ୍ଡର ପାଇଁ ବିଜ୍ଞପ୍ତି ଜାରି କରିଛି। ଏହାର ନିର୍ମାଣ ଭାରତ ବିଦେଶୀ କମ୍ପାନୀର ମିଳିତ ସହଯୋଗରେ କରାଯିବ।
ଦୁଇ ପଡୋଶୀ ଦେଶ ଚୀନ ଓ ପାକିସ୍ତାନର ଚ୍ୟାଲେଞ୍ଜକୁ ଦୃଷ୍ଟିରେ ରଖି ଦୁନିଆର ସବୁଠୁ ବଡ଼ ମିଲିଟାରୀ ମଧ୍ୟରୁ ଏକ ଭାରତୀୟ ବାୟୁସେନା ଅଧିକ ଶକ୍ତିଶାଳୀ ହେବାରେ ଲାଗିଛି। ଭାରତ ସରକାର ୧୧୦ ଲଢୁଆ ବିମାନ ନିର୍ମାଣ ପାଇଁ ଅରବ ଡଲାରର ମେକ ଇନ ଇଣ୍ଡିଆ ପ୍ରୋଜେକ୍ଟ ଦିଗରେ ପ୍ରଥମ ପାଦ ଆଗକୁ ବଢାଇଛି। ଏନେଇ ଭାରତୀୟ ବାୟୁସେନା ଶୁକ୍ରବାର ଟେଣ୍ଡର ପାଇଁ ବିଜ୍ଞପ୍ତି ଜାରି କରିଛି। ଆଶା କରାଯାଉଛି ଯେ ଭାରତୀୟ ବାୟୁସେନାକୁ ମିଲିଟାରୀ ଜେଟ୍ସରେ ସଜ୍ଜିତ କରିବା ପାଇଁ ବୋଇଙ୍ଗ, ଲକହିଡ ମାର୍ଟିନ, ସାବ ଓ ଡସାଲ୍ଟ ପରି କମ୍ପାନୀ ଆଗକୁ ଆସିବେ। ବିଶେଷଜ୍ଞଙ୍କ କହିବା କଥା ଲଢୁଆ ବିମାନ ନିର୍ମାଣକୁ ନେଇ ଏହା ଦୁନିଆର ସବୁଠୁ ବଡ଼ ଚୁକ୍ତି ହେବ।
ସମସ୍ତ ୧୧୦ ଲଢୁଆ ବିମାନ ଏକକ କିମ୍ବା ଦୁଇଟି ଇଞ୍ଜିନ ବିଶିଷ୍ଟ ହେବ ଏବଂ ଏହାର ନିର୍ମାଣ ଭାରତ ବିଦେଶୀ କମ୍ପାନୀର ମିଳିତ ସହଯୋଗରେ କରାଯିବ। ଏହି ପ୍ରୋଜେକ୍ଟ ପାଇଁ ଆନୁମାନିକ ଖର୍ଚ୍ଚ ୧.୧୫ ଲକ୍ଷ କୋଟି ଧାର୍ୟ୍ୟ କରାଯାଇଛି। ପାକିସ୍ତାନ ଓ ଚାଇନା ସୀମାବର୍ତ୍ତୀ ଅଞ୍ଚଳରେ ପାଟ୍ରୋଲିଂ କରିବା ନିମନ୍ତେ ପ୍ରାୟ ୪୨ଟି ଲଢୁଆ ବିମାନ ଆବଶ୍ୟକତା ଥିବା ବେଳେ ଏବେ ୩୧ଟି ଲଢୁଆ ବିମାନ ରହିଛି, ଯେଉଁଥିରେ ୧୮ଟି ଜେଟ୍ସ ରହିଛି।
ସୂଚନା ମୁତାବକ ପ୍ରଥମ ଯୋଜନାରେ କେବଳ ଏକକ ଇଞ୍ଜିନ ବିଶିଷ୍ଟ ଲଢୁଆ ବିମାନ ସାମିଲ ଥିଲା। ଏମିତିରେ କେବଳ ୧୨ ପ୍ରକାରର ଲଢୁଆ ବିମାନ(ଆମେରିକା ଏଫ-୧୬ ଓ ସ୍ଵିଡିଶ ଗ୍ରୀପେନ-ଇ)ରେ ସୀମିତ ରହି ଯାଇଥାନ୍ତା। କିନ୍ତୁ ଏବେ ଏହି ପଦକ୍ଷେପ ପରେ ଭାରତୀୟ ବାୟୁସେନାରେ ୧୧୦ ଲଢୁଆ ବିମାନ ସାମିଲ ହେବ। ଯାହା ବାୟୁସେନାକୁ ଆହୁରି ମଜଭୁତ କରିବ।