ଭାରତ ଓ ଫ୍ରାନ୍ସ ମଧ୍ୟରେ ୧୪ଟି ରାଜିନାମା

0
790
pm of france- india
pm of france- india
ନୂଆଦିଲ୍ଲୀ : ଫ୍ରାନ୍ସ ଓ ଭାରତ ମଧ୍ୟରେ  ୧୪ଟି ରାଜିାନାମା ସ୍ଵାକ୍ଷରିତ ହୋଇଛି । ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ଶନିବାର ଦ୍ଵିପାକ୍ଷିକ ଆଲୋଚନା କରିବା ସହିତ ୧୪ଟି ରାଜିାନାମା ଉପରେ ସ୍ଵାକ୍ଷରିତ କରିଛନ୍ତି।  ହାଇଦ୍ରାବାଦ ହାଉସରେ ହୋଇଥିବା ଏହି ବୈଠକ ପରେ  ଉଭୟ ନେତା ମିଳିତ ସାମ୍ବାଦିକ ସମ୍ମିଳନୀ କରିଛନ୍ତି।  ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ମୋଦୀ କହିଛନ୍ତି ଯେ ଆମେ ଦୁଇ ଜଣ  କେବଳ ଗଣତନ୍ତ୍ର ଦେଶର ନେତା ନୁହେଁ ବରଂ ଦୁଇଟି ସମୃଦ୍ଧ ଓ ସମର୍ଥ ବିରାସର ଉତ୍ତରାଧିକାରୀ ମଧ୍ୟ। ପିଏମ ମୋଦୀ କହିଛନ୍ତି ଫ୍ରାନ୍ସ ଓ ଭାରତ ଗୋଟିଏ ମଞ୍ଚରେ ଉପସ୍ଥିତ  ଶାନ୍ତିମୟ ବିଶ୍ଵ ପାଇଁ ଏକ ସୁବର୍ଣ୍ଣ ସୁଯୋଗର ସଙ୍କେତ ଦେଇଛି।  ଯଦି କୌଣସି ଦୁଇ ଦେଶ କାନ୍ଧରେ କାନ୍ଧ ମିଶାଇ ଚାଲି ପାରିବେ ସେ ହେଉଛି ଭାରତ ଓ  ଫ୍ରାନ୍ସ।  ପ୍ରତି ରକ୍ଷା କ୍ଷେତ୍ରରେ ଦୁଇ ଦେଶର ସଂପର୍କ ଉତ୍ତମ ରହିଛି ଓ ଫ୍ରାନ୍ସକୁ ଭାରତ ଉତ୍ତମ ଭାଗିଦାରୀ ମାନିଥାଏ।  ଭାରତର ଡିଗ୍ରୀ ଏବେ ଫ୍ରାନ୍ସରେ ମଧ୍ୟ ବୈଧ୍ୟ ହେବ।  ଦୁଇ ଦେଶ ମିଳିତ ରଣନୀତି ଭିଜନ ଉପରେ ହସ୍ତାକ୍ଷର କରିଛନ୍ତି। ଆମର ସେନାର ସମସ୍ତ ଅଙ୍ଗ ସହିତ ଫ୍ରାନ୍ସ ଅଭ୍ୟାସ କରିଥିଲେ। ପ୍ରତି ରକ୍ଷା କ୍ଷେତ୍ରରେ ଫ୍ରାନ୍ସ ମେକ ଇନ ଇଣ୍ଡିଆରେ ନିବେଶକୁ ଆମେ ସ୍ଵାଗତ କରୁଛୁ।   ଭୂପୃଷ୍ଠଠୁ ନେଇ ଆକାଶ ପର୍ୟ୍ୟନ୍ତ ଏମିତି କିଛି ବିଷୟ ନାହିଁ ଯାହା ଉପରେ ଦୁଇ ଦେଶ ମିଶି କାମ କରି ନାହାନ୍ତି।  ଆଫ୍ରିକା ଦେଶ ସହିତ ଭାରତ ଓ ଫ୍ରାନ୍ସର ଉତ୍ତମ ସଂପର୍କ ରହିଛି। ଏହା ଦୁଇ ଦେଶ ମଧ୍ୟରେ ଏକ ମହତ୍ଵପୂର୍ଣ୍ଣ ବିନ୍ଦୁ ଅଟେ।