କମନୱେଲ୍ଥ ଗେମ୍ସ ଭାରତୀୟ ଖେଳାଳୀଙ୍କ ଚମତ୍କାର ପ୍ରଦର୍ଶନ ଜାରି ରହିଛି । ପ୍ରଥମ ଦିନରେ ଦୁଇଟି ପଦକ ମିଳିଥିବା ବେଳେ ଦ୍ୱିତୀୟ ଦିନରେ ମଧ୍ୟ ଦୁଇଟି ପଦକ ମିଳିଛି । ୬୯ କିଲୋଗ୍ରାମ ଭାରୋତ୍ତୋଳନ ପୁରୁଷ ବର୍ଗରେ ଦୀପକ ଲାଥେର୍ ବ୍ରୋଞ୍ଜ୍ ପଦକ ହାସଲ କରିଛନ୍ତି । ୧୮ ବର୍ଷୀୟ ଦୀପକ ୨୯୫ କିଲୋ ଓଜନ ଓଠାଇ ଦେଶ ପାଇଁ ଗୌରବ ଆଣିଛନ୍ତି । ଦୀପକ ମୋଟ ୨୯୫ କିଲୋ ଉଠାଇଥିଲେ । ସେ ସ୍ନୈଚ୍ ରାଉଣ୍ଡରେ ୧୩୬ କି.ଗ୍ରା ଏବଂ କ୍ଲିନ୍ ଏଣ୍ଡ୍ ଜର୍କ ରାଉଣ୍ଡରେ ୧୫୯ କି.ଗ୍ରା ଉଠାଇଥିଲେ । କିନ୍ତୁ ଗୈରଥ୍ ଇବାଂସ୍ ୨୯୯ କିଲୋ ଓଜନ ଉଠାଇ ସ୍ୱର୍ଣ୍ଣ ଜିତିଥିବାବେଳେ ଶ୍ରୀଲଙ୍କାର ଇଂଡିକା ସି ଦିସାନାୟକେ ରୌପ୍ୟ ପଦକ ହାସଲ କରିଛନ୍ତି । ଭାରତ ତାଲିକାରେ ୪ଟି ପଦକ ଯୋଡ଼ି ହୋଇଯାଇଛି । ଦିଲ୍ଲୀର ଏହି ଯୁବକ ଦୀପକ ପୂର୍ବରୁ ମଧ୍ୟ ନିଜର ରେକର୍ଡ ରଖିଛନ୍ତି । ମାତ୍ର ୧୫ ବର୍ଷ ବୟସରେ ସେ ମୋଟ ୨୫୮ କିଲୋ ଓଜନ ଓଠାଇ ରେକର୍ଡ କରିଥିଲେ । ୧୫ ବର୍ଷ ବୟସରେ ୨୫୮ କିଲୋ ଓଜନ ଉଠାଇବାରେ ସେ ଥିଲେ ପ୍ରଥମ ଭାରତୀୟ । ୨୦୧୭ କମନ୍ୱେଲ୍ଥ ଗେମ୍ସ ଚାମ୍ପିୟନ୍ସିପ୍ରେ ଦୁଇଟି ସ୍ୱର୍ଣ୍ଣ ସହିତ ଭାରତକୁ ତିନୋଟି ପଦ ଦେଇଥିଲେ ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଭାରତକୁ ଏ ପର୍ୟ୍ୟନ୍ତ ମୋଟ ୪ଟି ପଦକ ମିଳିଛି । ସମସ୍ତ ପଦ ଭାରୋତ୍ତୋଳନରେ ମିଳିଛି । ୨ଟି ସ୍ୱର୍ଣ୍ଣ, ୧ଟି ରୌପ୍ୟ ଓ ୧ଟି କାଂସ୍ୟ ପଦକ ଭାରତ ତାଲିକାକୁ ଆସିଛି ।