ଭୁବନେଶ୍ୱରରେ ଆଉ ଏକ ବିମାନ ବନ୍ଦର : ସୁରେଶ ପ୍ରଭୁଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର

0
836
new air port at bbsr
new air port at bbsr

ଭୁବନେଶ୍ୱର : ଓଡିଶାରେ ବିମାନ ସେବାର ଦୃତ ବିକାଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୂର୍ବୋଦୟ ଯୋଜନାକୁ ଆହୁରି ଆଗକୁ ନେବା ପାଇଁ ଭୁବନେଶ୍ୱରରେ ଆଉ ଏକ ବିମାନ ବନ୍ଦର ନିର୍ମାଣ କରିବାକୁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଭୁବନେଶ୍ୱର ଆଖ ପାଖରେ ଆଉ ଏକ ବିମାନ ବନ୍ଦର ପାଇଁ ସ୍ଥାନ ନିରୂପଣ ଓ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସହ ରାଜ୍ୟରେ ଅନ୍ୟାନ୍ୟ ବିମାନ ଚଳାଚଳ ସମ୍ବନ୍ଧିତ ପ୍ରସଙ୍ଗରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ।
ଏହି ପତ୍ରରେ ଭୁବନେଶ୍ୱର ବିମାନ ବନ୍ଦର ୨୦୧୭-୧୮ ବର୍ଷରେ ଗମନାଗମନରେ ଦେଶର ସର୍ବାଧିକ ବୃଦ୍ଧି ହୋଇଥିବା ପରିପ୍ରେକ୍ଷୀରେ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରେ ଆଉ ଗୋଟିଏ ନୂଆ ଟର୍ମିନାଲ ତିଆରି କରିବା ସହିତ ଯାତ୍ରୀ ସୁବିଧାକୁ ପୁନର୍ବିନ୍ୟାସ କରିବାକୁ ସେ ଏହି ପତ୍ରରେ ଉଲ୍ଲେଖ କରିଛନ୍ତି । ବିମାନ ଯାତ୍ରା ଯେପରି ସବୁ ସାଧାରଣ ଲୋକ କରି ପାରିବେ ଏଥି ପାଇଁ ପ୍ରଧାନମନ୍ତ୍ରୀ ଉଡାନ ଯୋଜନାର ପରିକଳ୍ପନା କରିଛନ୍ତି । ଉଡାନ ଯୋଜନାରେ ଝାରସୁଗୁଡାର ବିମାନ ବନ୍ଦର କାର୍ଯ୍ୟକ୍ଷମ ହେଉଥିବା ବେଳେ ଜୟପୁର ଓ ରାଉରକେଲା ବିମାନ ବନ୍ଦରକୁ ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ପଦକ୍ଷେପ ନେବା ପାଇଁ ଶ୍ରୀ ପ୍ରଧାନ ଏହି ପତ୍ରରେ ଅନୁରୋଧ କରିଛନ୍ତି । ଭୁବନେଶ୍ୱର, ଝାରସୁଗୁଡା, ରାଂଚି ରାୟପୁର, କଲିକତା ଓ ବିଶାଖାପାଟଣା ମଧ୍ୟରେ ବିମାନ ଯୋଗାଯୋଗ ପାଇଁ ଗତ ମାସରେ ଏୟାର ଇଣ୍ଡିଆର ସିଏମଡିଙ୍କ ସହିତ ଆଲୋଚନା ପ୍ରସଙ୍ଗ ଉଲ୍ଲେଖ କରି ଏ ସମ୍ବନ୍ଧୀୟ ଯୋଜନା କାର୍ଯ୍ୟକାରୀ କରିବାକୁ ସେ ଅନୁରୋଧ କରିଛନ୍ତି । ଏହା ଛଡା ରାଜ୍ୟରେ ନୂଆ ଏୟାରପୋର୍ଟ ତିଆରି କରିବା ଓ କିଛି ପୁରୁଣାକୁ ପୁଣି କାର୍ଯ୍ୟକ୍ଷମ କରିବା ପାଇଁ ସେ ଏହି ପତ୍ରରେ ଅନୁରୋଧ କରିଛନ୍ତି । ଝାରସୁଗୁଡା ଠାରେ କାର୍ଯ୍ୟକ୍ଷମ ହେଉଥିବା ଏୟାରପୋର୍ଟର ରନ ୱେକୁ ସଂପ୍ରସାରିତ କରି ବଡ ଉଡାଜାହାଜ ଓହ୍ଲାଇବାକୁ ସୁଯୋଗ ସୃଷ୍ଟି କରିବାକୁ ସେ ଅନୁରୋଧ କରିଛନ୍ତି । ଅନୁଗୁଳ ଠାରେ ଥିବା ବେସରକାରୀ ଏୟାରଷ୍ଟ୍ରିପକୁ ଉଡାନ -୨ରେ ସାମିଲ କରି ଯାତ୍ରୀ ପରିବହନ ପାଇଁ ସୀମିତ ବ୍ୟବହାର ପାଇଁ ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି । ମୟୁରଭଂଜ ଜିଲ୍ଲାର ଅରମଡା ଠାରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର ଖରାପ ସ୍ଥିତିରେ ଥିବା ଏୟାରପୋର୍ଟକୁ ପୁନଃ ନିର୍ମାଣ କରି କଲିକତା ବିମାନ ବନ୍ଦରର ନିକଟତମ ବିମାନ ବନ୍ଦର ଭାବେ ବ୍ୟବହାର କରିବା ସହ ଏହାକୁ କଲିକତା ବିମାନ ବନ୍ଦର ପାଇଁ ଟ୍ରାଫିକ କାରଣରୁ ରହଣି ଓ ମରାମତିର କେନ୍ଦ୍ର ଭାବରେ ବିକଶିତ କରିବାକୁ ସେ ଏହି ପତ୍ରରେ ଅନୁରୋଧ କରିଛନ୍ତି ।

ଭୁବନେଶ୍ୱର ଆଖ ପାଖରେ ଏୟାରଲାଇନ ଶିଳ୍ପପୁଂଜ ପାଇଁ ଅନୁରୋଧ କରିଛନ୍ତି ଶ୍ରୀ ପ୍ରଧାନା ଆଗାମୀ ଦୁଇ- ତିନି ବର୍ଷରେ ଦେଶକୁ ୮ ଶହରୁ ୯ ଶହ ନୂଆ ବିମାନ ଆସୁଛି । ଓଡିଶା ଦକ୍ଷିଣ ପୂର୍ବ ଏସୀୟ ଦେଶ ମାନଙ୍କର ଏକ ପେଣ୍ଠ ଭାବେ ବିକଶିତ ହେବ । ଏହା ବିମାନ ଶିଳ୍ପ ପୁଂଜର ଆନୁଷଙ୍ଗିକ କ୍ଷେତ୍ର ଯଥା ରକ୍ଷଣା- ବେକ୍ଷଣ, ମରାମତି. ଏୟାରଲାଇନ ଦକ୍ଷତା ବିକାଶ କେନ୍ଦ୍ର ବିମାନ, ରୋଷେଇ ସେବା ଆଦି ବିକାଶର ସମ୍ଭାବନାକୁ ଗୁରୁତ୍ୱର ସହ ନେଇ ସେହି ଅନୁସାରେ ପଦକ୍ଷେପ ନେବାକୁ ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି ।