ଭୁବନେଶ୍ୱର ନୂତନ ଡିସିପି ଦାୟିତ୍ୱ ନେଲେ ଅନୁପ ସାହୁ

0
809
Anup-Sahu
Anup-Sahu
ଭୁବନେଶ୍ୱର : ସହରରେ ଅପରାଧ ନିୟନ୍ତ୍ରଣ କରିବା  ତାଙ୍କର ଗୁରୁ ଦାୟିତ୍ୱ ରହିବ   ବୋଲି ଡିସିପି ଭାବେ ଦାୟିତ୍ୱ ନେବା ପରେ କହିଛନ୍ତି ଅନୁପ ସାହୁ  ।
ରାଜଧାନୀ ଭୁବନେଶ୍ୱର ଦାୟିତ୍ୱ ନେଇଛନ୍ତି ଆଇପିଏସ୍‌ ଅନୁପ ସାହୁ । ମଙ୍ଗଳବାର ଭୁବନେଶ୍ୱର ପୂର୍ବତନ ଡିସିପି ସତ୍ୟବ୍ରତ ଭୋଇଙ୍କଠାରୁ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଅନ୍ୟପକ୍ଷରେ ଉତ୍ତରାଂଚଳ ଡିଆଇଜି ଭାବରେ ସତ୍ୟବ୍ରତ ଭୋଇଙ୍କୁ ନିଯୁକ୍ତି ମିଳିଛି । ଡିସିପି ଭାବେ ଦାୟିତ୍ୱ ନେବା ପରେ ସେ କହିଛନ୍ତି ଯେ ସହରରେ ଅପରାଧ ନିୟନ୍ତ୍ରଣ କରିବା, ଟ୍ରାଫିକ୍‌ ସମସ୍ୟା ଓ ଭିଭିଆଇପିମାନଙ୍କୁ ସୁରକ୍ଷା ଯୋଗାଇବା ତାଙ୍କର ଗୁରୁ ଦାୟିତ୍ୱ ରହିବ । ସେହିପରି ମହିଳାଙ୍କ ସୁରକ୍ଷା ଓ ସାଇବର୍‌ ଅପରାଧକୁ ରୋକିବାକୁ ସେ ଚେଷ୍ଟା କରିବେ । ଏସ୍‌ପି ପାହ୍ୟାର ଆଇପିଏସ୍‌ ଅଫିସର ଅନୁପ ସାହୁ ଗତ ବର୍ଷ ୨୦୧୭, ଏପ୍ରିଲ ୧୩ରେ ଭଦ୍ରକରେ ହୋଇଥିବା ଦଙ୍ଗା ସମୟରେ ସେ ଏସ୍‌ପି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ସେହିପରି ଏହା ପୂର୍ବରୁ ସେ ପୁରୀ ଓ କୋରାପୁଟରେ ମଧ୍ୟ ଏସ୍‌ପିଭାବରେ ସଫଳତାର ସହିତ କାର୍ଯ୍ୟ କରି ସାରିଛନ୍ତି ।