ଭୁବନେଶ୍ୱର ବିମାନ ବନ୍ଦରରୁ ୫ କିଲୋ ସୁନା ଜବତ

0
782
gold1
gold1

ଭୁବନେଶ୍ୱର  : ପୁଣି ବିଦେଶୀ ସୁନା ଭୁବନେଶ୍ୱର ଏୟାରପୋର୍ଟ ବାହାରୁ ଜବତ କରାଯାଇଛି । ହି ଘଟଣାରେ ଗୁଇନ୍ଦା ଅଧିକାରୀ ୩ ଜଣଙ୍କୁ ଅଟକ ରଖିଛି ।

ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ ୫ କିଲୋରୁ ଅଧିକ ସୁନା ଜବତ କରିଛି। ଜବତ ସୁନାର ଆନୁମାନିକ ମୂଲ୍ୟ ୧ କୋଟି ୮୨ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ଏହି ଘଟଣାରେ ଗୁଇନ୍ଦା ଅଧିକାରୀ ୩ ଜଣଙ୍କୁ ଅଟକ ରଖିଛି । ଏମାନେ ସମସ୍ତେ ପ୍ରବାସୀ ଭାରତୀୟ ବୋଲି ଜଣାପଡ଼ିଛି। କୁଆଲାଲମ୍ପୁରରୁ ବିମାନରେ ଆସୁଥିବା ବେଳେ ସୁନାକୁ ଜବତ କରିବା ସହ ଏହି ୩ ଜଣଙ୍କୁ ଅଟକ ରଖାଯାଇଛି। ସୂଚନାଯୋଗ୍ୟ, ଏପ୍ରିଲ୍‌ ୨୨ ତାରିଖରେ ଭୁବନେଶ୍ୱର ବିମାନ ବନ୍ଦରରୁ ଚୋରାଚାଲାଣ ବେଳେ ସୁନା ଅଳଙ୍କାର ଜବତ କରାଯାଇଥିଲା। ଜଣେ ମହିଳା ସୁନା ଚୁଡି ଓ ଚେନ୍‌ରେ ରୂପା କୋଟିଂ କରି ଆଣୁଥିବା ବେଳେ ଧରାପଡ଼ିଥିଲେ।  ଜବତ ସୁନା ଅଳଙ୍କାରର ମୂଲ୍ୟ ୧୭ ଲକ୍ଷରୁ ଅଧିକ ଟଙ୍କା ହେବ ବୋଲି କଷ୍ଟମ୍‌ ବିଭାଗ ସୂଚନା ଦେଇଥିଲା।