ଭୁବନେଶ୍ୱର : ପୁଣି କଷ୍ଟମ ବିଭାଗ ଦ୍ୱାରା ସୁନା ବିସ୍କୁଟ ଜବତ ହୋଇଛି। ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଜବତ ସୁନା ବିସ୍କୁଟର ଓଜନ ୧ କିଲୋ ୨୦୦ ଗ୍ରାମ ହୋଇଥିବାବେଳେ ଏହାର ମୂଲ୍ୟ ପ୍ରାୟ ୩୫ ଲକ୍ଷ ଟଙ୍କା ହୋଇଥିବା ଜଣାପଡିଛି।
ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଗୁରୁବାର ପୁଣି କଷ୍ଟମ ବିଭାଗ ଦ୍ୱାରା ସୁନା ବିସ୍କୁଟ ଜବତ ହୋଇଛି। ଜବତ ସୁନା ବିସ୍କୁଟର ଓଜନ ୧ କିଲୋ ୨୦୦ ଗ୍ରାମ ହୋଇଥିବାବେଳେ ଏହାର ମୂଲ୍ୟ ପ୍ରାୟ ୩୫ ଲକ୍ଷ ଟଙ୍କା ହୋଇଥିବା ଜଣାପଡିଛି। ଜବତ ହୋଇଥିବା ସୁନା କ୍ୱାଲାଲୁମପୁରରୁ ଭୁବନେଶ୍ୱର ଆସୁଥିଲା ବୋଲି ଜଣାପଡିଛି। ଏହି ଘଟଣାରେ ୨ ଜଣ ଦୁବାଇ ଯାତ୍ରୀଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି। ଗତକାଲି ମଧ୍ୟ କ୍ୱାଲାଲାମପୁରରୁ ଆସିଥିବା ଏକ ବିମାନରୁ ୨ ଜଣ ଯାତ୍ରୀଙ୍କ ଠାରୁ ୧୨ ଲକ୍ଷ ଟଙ୍କାର ସୁନା ଜବତ କରାଯାଇଥିଲା। ଜବତ ୩୭୮ ଗ୍ରାମ ସୁନା ମଧ୍ୟରେ ୩ଟି ଗୋଲ୍ଡ ବାର ଓ ୧୪୩ଟି ଗୋଲ୍ଡ ରିଙ୍ଗ୍ ରହିଥିଲା। ଦୁଇ ଦିନ ଧରି ଜବତ ହୋଇଥିବା ସୁନା ଭାରତକୁ ସ୍ମଗଲିଂ ହେଉଥିବା ପୋଲିସ କହିଥିବା ବେଳେ ତଦନ୍ତ ପ୍ରକ୍ରିୟା ଜାରି ରହିଛି। ସୂଚନାଯୋଗ୍ୟ ଯେ ଗତ ମାର୍ଚ୍ଚ ୧୧ରେ କଷ୍ଟମ ଓ ରାଜସ୍ୱ ବିଭାଗର ଅଧିକାରୀମାନେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ୨୪ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଓ ମୁଦ୍ରା ଜବତ କରିଥିଲେ।