ଭୁବନେଶ୍ୱର : ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର

0
803
summer-heatwave
summer-heatwave
ଭୁବନେଶ୍ୱର : ସୋମବାର ଭୁବନେଶ୍ୱର ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ପାଲଟିଥିଲା । ଏଠାରେ ତାପମାତ୍ରା ୪୧.୨ ଡିଗ୍ରୀ ସେଲସିୟସ ରହିଥିଲା । ୪୦ ଡିଗ୍ରୀ ଉପରେ ରହିଛି  ୧୦ଟି ସ୍ଥାନର ତାପମାତ୍ରା ।
 ବଢୁଛି ଉତ୍ତାପ। ସୋମବାର ରାଜଧାନୀ ଭୁବନେଶ୍ୱର ସମେତ ୧୦ଟି ସ୍ଥାନର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ଆଗକୁ ଆହୁରି ମଧ୍ୟ ବୃଦ୍ଧି ପାଇବ । ସୋମବାର ଭୁବନେଶ୍ୱର ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ପାଲଟିଥିଲା । ଏଠାରେ ତାପମାତ୍ରା ୪୧.୨ ଡିଗ୍ରୀ ସେଲସିୟସ ରହିଥିଲା । ଏହା ପଛକୁ ବଲାଙ୍ଗିର ଓ ଟିଟିଲାଗଡ଼ ରହିଥିଲା । ଉଭୟ ସ୍ଥାନର ତାପମାତ୍ରା ୪୧ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଥିଲା । ଏହା ବ୍ୟତୀତ ହୀରାକୁଦ, ଝାରସୁଗୁଡ଼ା ଓ ତାଳଚେରର ତାପମାତ୍ରା ୪୦.୬ ଡିଗ୍ରୀ ,ଚାନ୍ଦବାଲିରେ ୪୦.୪, ଅନୁଗୋଳ ୪୦.୩, ମାଲକାନଗିରି ୪୦.୨ ସମ୍ବଲପୁର ୪୦ ଓ କଟକର ତାପମାତ୍ରା ୩୮.୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା ।