ଭୁବନେଶ୍ୱର ରେଳଷ୍ଟେସନରେ ଲାଗିଲା ସାନିଟାରୀ ନାପକିନ୍ ଭେଣ୍ଡିଂ ମେସିନ

0
963
bbsr railway station
bbsr railway station

ଭୁବନେଶ୍ୱର : ପୂର୍ବତଟ ରେଳପଥର ପ୍ରଥମ ଷ୍ଟେସନ ଭାବେ ଭୁବନେଶ୍ୱରରେ ଆରମ୍ଭ କରାଯାଇଛି ହାପିନାରୀ ବ୍ୟବସ୍ଥା। ଏଥିରେ ସୁବିଧା ଓ ସୁଲଭ ମୂଲ୍ୟରେ ମହିଳାମାନଙ୍କୁ ସାନିଟାରୀ ନାପକିନ୍ ଯୋଗାଇ ଦିଆଯିବ । ପୂର୍ବତଟ ରେଳ ପକ୍ଷରୁ ୧ ନମ୍ବର ପ୍ଲାଟଫର୍ମରେ ଥିବା ଦ୍ୱିତୀୟ ଶ୍ରେଣୀ ମହିଳା ପ୍ରତିକ୍ଷାଳୟରେ ସୋମବାର ସ୍ୱୟଂଚାଳିତ ସାନିଟାରୀ ନାପକିନ୍ ଭେଣ୍ଡିଂ ମେସିନ୍ ସ୍ଥାପନ କରାଯାଇଛି । ଏଥିରୁ ୫ ଟଙ୍କା ବିନିମୟରେ ପାଡ୍ ସଂଗ୍ରହ କରାଯାଇପାରିବ ।

bbsr railway station

ପୂର୍ବତଟ ରେଳପଥ ପକ୍ଷରୁ ଏହି ବ୍ୟବସ୍ଥା ପ୍ରଥମ କରି ଆରମ୍ଭ କରାଯାଇଥିବାବେଳେ ସାରା ଭାରତରେ ଏହା ଚତୁର୍ଥ ବୋଲି ଜଣାପଡ଼ିଛି । କେନ୍ଦ୍ର ସରକାରଙ୍କ ରେଳ ମନ୍ତ୍ରାଳୟର ଏହା ଏକ ଅଭିନବ ପଦକ୍ଷେପ । ଏହାକୁ ପୂର୍ବତଟ ରେଳପଥ ମହିଳା କଲ୍ୟାଣ ସଂଗଠନର ଅଧ୍ୟକ୍ଷା ଉଦଘାଟନ କରିଥିଲେ ।