ଭୁଶୁଡ଼ିଲା ନିର୍ମାଣଧୀନ ପୋଲ : ୧୫ ମୃତ

0
918
flyover slab collapsed at varanasi
flyover slab collapsed at varanasi

ବାରାଣସୀ : ବାରାଣସୀରେ ନିର୍ମାଣଧୀନ ପୋଲ ଭୁଶୁଡି ପଡ଼ିବାରୁ ୧୫ରୁ ଉର୍ଦ୍ଧ୍ଵ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୫୦ ରୁ ଅଧିକ ଲୋକ ଅତଡ଼ା ତେଳେ ଦବି ରହିଥିବାର ଆଶଙ୍କା କରାଯାଉଛି।
ବାରାଣସୀରେ କ୍ୟାଣ୍ଟ ଇଲାକାରେ ନିର୍ମାଣଧୀନ ପୋଲ ଭୁଶୁଡି ପଡ଼ିବାରୁ ଏକ ବଡ଼ ଦୁର୍ଘଟଣା ଘଟି ଯାଇଛି। ଏଠାରେ ନିର୍ମାଣଧୀନ ଫ୍ଲାଏ ଓଭରର ଗୋଟିଏ ଅଂଶ ଭୁଶୁଡ଼ି ପଡ଼ିବାରୁ ଏହାର ତଳେ ଅନେକ ଲୋକ ଓ ଗାଡ଼ି ଦବି ରହିଛି। ଦୁର୍ଘଟଣାରେ ୧୫ରୁ ଉର୍ଦ୍ଧ୍ଵ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୫୦ ରୁ ଅଧିକ ଲୋକ ଅତଡ଼ା ତେଳେ ଦବି ରହିଥିବାର ଆଶଙ୍କା କରାଯାଉଛି। ଏହି ଦୁଃଖଦ ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁଃଖ ପ୍ରକଟ କରି ତୁରନ୍ତ ଦୁର୍ଘଟଣାସ୍ଥଳରେ ପହଞ୍ଚି କାର୍ୟ୍ୟାନୁଷ୍ଠାନ ନେବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମାତ୍ର ମଙ୍ଗଳବାର ସନ୍ଧ୍ୟାରେ ଅଚାନକ ପୋଲର ଏକ ଅଂଶ ଭୁଶୁଡ଼ି ପଡ଼ିଛି। ଏ ପର୍ୟ୍ୟନ୍ତ ୧୫ରୁ ଅଧିକ ଲୋକ ମରିଥିବା ସୂଚନା ସାମ୍ନାକୁ ଆସିଛି। ନିର୍ମାଣଧୀନ ପିଲାର ତଳେ ଅନେକ ଲୋକ, କାର, ଅଟୋ ଓ ଦୁଇ ଚକିଆ ଯାନ ଦବି ରହିଛି। ଏଥିରେ ଲୋକେ ରହିଥିବା ସମ୍ଭାବନା ଅଧିକ ରହିଛି। ତେଣୁ ସ୍ଥିତିକୁ ଦେଖିଲେ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବାର ସମ୍ଭାବନା ରହିଛି।

ବାରଣାସୀ ଜିଲ୍ଲା ପ୍ରଶାସନ ଏବଂ ପୋଲିସ ବିଭାଗର ଉଚ୍ଚ ପଦସ୍ଥ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଯାଇଛନ୍ତି। ଲୋକଙ୍କ ଉଦ୍ଧାର କାର୍ୟ୍ୟ ଆରମ୍ଭ ହୋଇ ଯାଇଛି। ଏହି ଦୁର୍ଘଟଣା ବାରଣାସୀର କ୍ୟାଣ୍ଟ ରେଲଓ୍ଵ ରେଲଓ୍ଵେ ଷ୍ଟେସନ ନିକଟର କମଳାପତି ତ୍ରିପାଠୀ ଇଣ୍ଟର କଲେଜ ସାମ୍ନାରେ ଘଟିଛି। ଘଟଣାସ୍ଥଳର ଦୃଶ୍ୟ ବହୁତ ବିଭତ୍ସ ରହିଛି। ସ୍ଥାନୀୟ ଲୋକେ ଏବଂ ପୋଲିସ ଉଦ୍ଧାର କାର୍ୟ୍ୟରେ ଜୁଟିଛନ୍ତି।