ମଜବୁତ ସମ୍ପର୍କ ନେଇ ମୋଦି – ଜିନପିଙ୍ଗଙ୍କ ସହମତି

0
876
modi-jinping
modi-jinping

ବୁୁହାନା : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୂଅାଁ ପଞ୍ଚଶୀଳ ନୀତିକୁ ଚୀନ ରାଷ୍ଟ୍ରପତି ଜିନପିଙ୍ଗ ସହମତି ଦେଇଛନ୍ତି । ମୋଦି ଚୀନରେ ଏକବିଂଶ ଶତାବ୍ଦୀର ପଞ୍ଚଶୀଳ ନୀତି ଉପରେ ଆଲୋଚନା କରିଛନ୍ତି । ସେ କହିଛନ୍ତି, ଯଦି ଆମେ ସମାନ ଭିଜନ, ମଜବୁତ ସମ୍ପର୍କ, ସଙ୍କଳ୍ପ, ଉତ୍ତମ ସମ୍ବାଦ ଓ ସମାନ ବିଚାରଧାରା ନେଇ ଆଗକୁ ବଢ଼ିବା, ଏହା ଦ୍ୱାରା ବିଶ୍ୱ ଶାନ୍ତି ସ୍ଥିରତା ଓ ସମୃଦ୍ଧି ଆସିବ । ଏହା ପରେ ଜିନପିଙ୍ଗ କହିଛନ୍ତି, ଚୀନ ଭାରତରୁ ପ୍ରେରଣା ଲାଭ କରିଛି ଓ ସହଯୋଗ ଏବଂ କାମ କରିବାରେ ସାହାଯ୍ୟ କରିବ ।

ଗସ୍ତର ପ୍ରଥମ ଦିନରେ ଶୁକ୍ରବାର ମୋଦି ଓ ଜିନପିଙ୍ଗଙ୍କ ଆଲୋଚନା ୩୦ ମିନିଟ ବଦଳରେ ୨ଘଣ୍ଟା ପର୍ଯ୍ୟନ୍ତ ହୋଇଥିଲା । ଆଲୋଚନା ବେଳେ ମୋଦି ପଞ୍ଚଶୀଳ ନୀତିକୁ ନୂତନ ଭାବରେ ବର୍ଣ୍ଣନା କରିଛନ୍ତି । ଜବାବରେ ଜିନପିଙ୍ଗ କହିଛନ୍ତି, ଭାରତର ପ୍ରେରଣାରେ ଆମ ଦେଶ କାମ କରିବାକୁ ପ୍ରସ୍ତୁତ । ସୂଚନାଯୋଗ୍ୟ ପୂର୍ବରୁ ଚୀନ ଓ ଭାରତ ମଧ୍ୟରେ ପଞ୍ଚଶୀଳ ଚୁକ୍ତି ନେଇ ୧୯୫୩ ଡିସେମ୍ବର ୩୧ ଓ ୧୯୫୪ ଏପ୍ରିଲ ୨୯ରେ ବୈଠକ ହୋଇଥିଲା । ଜଣେ ଅନ୍ୟର ଅଖଣ୍ଡତାକୁ ସମ୍ମାନ ଦେବା, ପରଂପରାଗତ ଆକ୍ରମଣରୁ ବଞ୍ଚିବା, ଜଣେ ଅନ୍ୟର ଆନ୍ତରିକ ମାମଲାରେ ହସ୍ତକ୍ଷେପ ନକରିବା, ସମ୍ମାନ ଓ ପରସ୍ପର ଲାଭକାରୀ ସମ୍ପର୍କ ଏବଂ ଶାନ୍ତିଶୃଙ୍ଖଳା ରକ୍ଷା କରିବା ନେଇ ଭାରତ ଓ ଚୀନ ମଧ୍ୟରେ ପଞ୍ଚଶୀଳ ରାଜିନାମା ହୋଇଥିଲା ।