ମଣିପୁରରେ ଭାରତୀୟ ବିଜ୍ଞାନ କଂଗ୍ରେସକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

0
932
modi at science congress
modi at science congress
ଭୁବନେଶ୍ୱର :   ମଣିପୁର ବିଶ୍ୱବିଦ୍ୟାଳୟଠାରେ ଆରମ୍ଭ ହୋଇ ଯାଇଛି ଭାରତୀୟ ବିଜ୍ଞାନ କଂଗ୍ରେସର ୧୦୫ ତମ ଅଧିବେଶନ  ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଉଦଘାଟନ କରିଛନ୍ତି । ଅଧିବେଶନ ଆଜିଠାରୁ ୨୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାର ସୂଚନା ଦିଆଯାଇଛି ।

ପାଂଚ ଦିନିଆ ଅଧିବେଶନରେ ଶିଶୁ ବିଜ୍ଞାନ କଂଗ୍ରେସ , ମହିଳା ବିଜ୍ଞାନ କଂଗ୍ରେସ ଓ ବିଜ୍ଞାନ କମ୍ୟୁନିକେସନର ସମ୍ମିଳନୀ ଅନୁଷ୍ଠିତ ହେବାର ରହିଥିବାବେଳେ ପ୍ରାୟ ୫ ହଜାରରୁ ଉଦ୍ଦ୍ୱର୍ ବୈଜ୍ଞାନିକ ,ଗବେଷକ ,ଟେକ୍ନୋକ୍ରାଟ ଓ ନୀତି ନିର୍ଦ୍ଧାରକ ଯୋଗ ଦେଇଛନ୍ତି ।  ଆଜିର ଅଧିବେଶନରେ ମଣିପୁର ରାଜ୍ୟପାଳ ନଜମା ହେପାତୁଲ୍ଲା , ମୁଖ୍ୟମନ୍ତ୍ରୀ ଏନ ବୀରେନ ସିଂହଙ୍କ ସହ ବିଭିନ୍ନ ବିଭାଗର ମନ୍ତ୍ରୀ ଓ ସଚିବ ଆଦି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।  ଚଳିତ ବିଜ୍ଞାନ  କଂଗ୍ରେସର ବିଷୟବସ୍ତୁ ରହିଛି ‘ବିଜ୍ଞାନ ଓ କାରିଗରୀ କୌଶଳ ମାଧ୍ୟମରେ ଅପହଂଚ ନିକଟରେ ପହଂଚ’ ।   ଡ. ପ୍ରାଣକୃଷ୍ଣ ପରିଜାଙ୍କ ପରେ କିଟ ଓ କିସର ପ୍ରତିଷ୍ଠାତା ଡ.ଅଚ୍ୟୁତ ସାମନ୍ତ ଭାରତୀୟ ବିଜ୍ଞାନ କଂଗ୍ରେସର ସଭାପତି ରହିଛନ୍ତି ।   ଆଜି ଏହି ଅଧିବେଶନରେ କିଟ ଓ କିସର ପ୍ରତିଷ୍ଠାତା ଡ.ଅଚ୍ୟୁତ ସାମନ୍ତ ଅଧ୍ୟକ୍ଷତା କରିଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଉଦଘାଟନ କରିଛନ୍ତି ।