ମଦ ପିଆଇ ଦୁଷ୍କର୍ମ : ୩ ଅଭିଯୁକ୍ତ ଗିରଫ

0
884
girl raped in kalahandi
girl raped in kalahandi
କଳାହାଣ୍ଡି : ଯୁବତୀଙ୍କୁ ମଦ ପିଆଇ ଦୁଷ୍କର୍ମ ଓ ଅଶ୍ଳୀଳ ଭିଡିଓ ଭାଇରାଲ ଘଟଣାରେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।  ଅଭିଯୋଗର ସତ୍ୟତା ନେଇ ଜୁନାଗଡ଼ ପୋଲିସ ସମସ୍ତ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖି ପଚରାଉଚୁରା କରୁଛି।
କଳାହାଣ୍ଡି ଜିଲ୍ଲାର ଜୁନାଗଡ଼ ଥାନା ଅଞ୍ଚଳରେ ଯୁବତୀଙ୍କୁ ମଦ ପିଆଇ ଦୁଷ୍କର୍ମ ଓ ଅଶ୍ଳୀଳ ଭିଡିଓ ଭାଇରାଲ ଘଟଣାରେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଏହି ଅଭିଯୁକ୍ତମାନେ ହେଲେ ଚିତ୍ତରଞ୍ଜନ ଗୁରୁ, ମୁକୁନ୍ଦ ଓ ସୁଶାନ୍ତ । ଅଭିଯୋଗର ସତ୍ୟତା ନେଇ ଜୁନାଗଡ଼ ପୋଲିସ ସମସ୍ତ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖି ପଚରାଉଚୁରା କରୁଛି। ପ୍ରକାଶ ଯେ, ଗତ ୩୧ ତାରିଖରେ ସେହି ଅଞ୍ଚଳର ଜଣେ ଯୁବତୀ ମନ୍ଦିରରୁ ଫେରୁଥିବା ବେଳେ ଭତ୍ରାଗୁଡ଼ା ଗାଁର ଚିତ୍ତରଞ୍ଜନ ଗୁରୁ ଓ ଦୁଇ ସହଯୋଗୀ ମୁକୁନ୍ଦ ଓ ସୁଶାନ୍ତ ମୋଟର ସାଇକେଲରେ ଯୁବତୀଙ୍କୁ ଉଠାଇ ନେଇଥିଲେ। ଭତ୍ରାଗୁଡା ଗାଁ ନିକଟ ପିଜୁଳି ବଗିଚାରେ ୩ ଜଣ ଯୁବକଙ୍କ ମଧ୍ୟରୁ ଜଣେ ଯୁବକ ଯୁବତୀଙ୍କୁ ଜବରଦସ୍ତ ମଦ ପିଆଇ ଦୁଷ୍କର୍ମ କରିଥିଲେ ଏବଂ ଅନ୍ୟ ୨ ସହଯୋଗୀ ଦୁଷ୍କର୍ମ ସମୟର ଭିଡ଼ିଓ ମୋବାଇଲରେ ସୁଟିଂ କରିଥିଲେ। ଏହା ପରେ ଯୁବତୀଙ୍କୁ ବ୍ଲାକ ମେଲିଂ କରିବା ସହ ଘଟଣା ସମ୍ପର୍କରେ କାହାକୁ ଜଣାଇଲେ ଭିଡିଓକୁ ଭାଇରାଲ କରିଦେବାକୁ ଧମକ ଦେଇଥିଲେ। ଘଟଣାର ସପ୍ତାହ ବିତିବା ପରେ ଗତ ଶୁକ୍ରବାର ପୀଡ଼ିତା ଓ ତାଙ୍କ ପରିବାର ଭିଡିଓ ଭାଇରାଲ ହେବା ଜାଣି ୩ ଅଭିଯୁକ୍ତଙ୍କ ନାଁରେ ଜୁନାଗଡ଼ ଥାନାରେ ଏତଲା ଦେଇଥିଲେ। ପୋଲିସ ଅଭିଯୋଗ ଭିତ୍ତିରେ ମାମଲା ରୁଜୁ କରି ତଦନ୍ତ କରୁଥିଲା ବେଳେ ଆଜି ସମସ୍ତ ଅଭିଯୁକ୍ତଙ୍କୁ ଜୁନାଗଡ଼ରୁ ପୋଲିସ ଗିରଫ କରିଛି। ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ନେଇ ପୋଲିସସୂତ୍ରରୁ ଜଣାଯାଇଛି।

 ସଂବୋଧିତ ଭାଇରାଲ ଭିଡ଼ିଓରେ ୩ ଜଣ ଯୁବକ ଯୁବତୀକୁ ମାଡ଼ ମାରୁଥିବା ସହ ଆପତ୍ତିଜନକ ବାର୍ତ୍ତାଳାପ ଦେଖିବାକୁ ମିଳିଥିଲା ।