ମଧୁସୂଦନ ସେତୁ ଲୋକାର୍ପିତ

0
794
Madhusudan-Setu-inauguration
Madhusudan-Setu-inauguration
କଟକ  : ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ମଧୁସୂଦନ ସେତୁ ଲୋକାର୍ପିତ  ହୋଇଛି । ଏହି ସେତୁ କଟକ ଓ ଢେଙ୍କାନାଳ ମଧ୍ୟରେ ୧୬ କିମି ଦୂରତାକୁ କମାଇ ଦେଇଛି ।
ଉତ୍କଳ  ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚୌଦ୍ୱାର-ନୂଆପାଟଣାକୁ ସଂଯୋଗ କରୁଥିବା ମହାନଦୀ ଶର୍ଯ୍ୟାରେ ମଧୁସୂଦନ ସେତୁକୁ ଲୋକାର୍ପିତ କରିଛନ୍ତି । ଏହି ସେତୁର ଲମ୍ବା ଅଢେଇ କିମି ଓ ପ୍ରସ୍ଥ ୧୩ ମିଟର ହୋଇଥିବା ଜଣାଯାଇଛି । ଉତ୍କଳ  ଗୌରବ ମଧୁସୂଦନ ଦାସଙ୍କ ନାମରେ ଉତ୍ସର୍ଗିକୃତ ଏହି ସେତୁ କଟକ ଓ ଢେଙ୍କାନାଳ ମଧ୍ୟରେ ୧୬ କିମି ଦୂରତାକୁ କମାଇ ଦେଇଛି । ସାମାଜିକ ଓ ଆର୍ଥିକ ବିକାଶ ଦିଗରେ ସଡ଼କ ସଂଯୋଗ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ ବୋଲି କୁହାଯାଇଛି । ପର୍ଯ୍ୟଟନ ଓ ସାମାଜିକ-ଆର୍ଥିକ ବିକାଶର ଏହା ପ୍ରମୁଖ ମାଧ୍ୟମ ସାଜିବ ବୋଲି ଏହାକୁ ଲୋକାର୍ପିତ କରିବା ଅବସରରେ ସୂଚାଇଛନ୍ତି ନବୀନ । ସୂଚନା ଯୋଗ୍ୟ ଯେ, ବିଶିଷ୍ଟ ପର୍ଯ୍ୟଟନ ସ୍ଥଳ ଧବଳେଶ୍ୱର ଓ ଐତିହ୍ୟ ଗ୍ରାମ ନୁଆପାଟଣାକୁ ଯୋଡ଼ୁଥିବା ଏହି ସେତୁରେ ୧୫୭ କୋଟି ଟଙ୍କା ବ୍ୟୟ ହୋଇଛି ।