ମଧୁୁସୂଦନଙ୍କ ନାମରେ ନାମିତ ହେବ ଚହଟା ସେତୁ

0
899
mahanadi bridge
mahanadi bridge

ଭୁବନେଶ୍ୱର: କଟକର ଚହଟା ଘାଟଠାରେ ନିର୍ମିତ ସେତୁକୁ ଉକ୍ରଳ ଗୌରବ ମଧୁସୂଦନ ଦାସଙ୍କ ନାମରେ ନାମିତ କରାଯିବ । ଉକ୍ରଳ ଦିବସ ଅବସରରେ ସ୍ୱତନ୍ତ୍ର ଉକ୍ରଳ ପ୍ରଦେଶ ଗଠନର ମୁଖ୍ୟ ପୁରଧା ଶ୍ରୀ ଦାସଙ୍କୁ ଏହା ରାଜ୍ୟବାସୀଙ୍କ ଶ୍ରଦ୍ଧାଞ୍ଜଳୀ ବୋଲି ମୁଖ୍ୟମନ୍ତ୍ରୀ ବର୍ଣ୍ଣନା କରିଛନ୍ତି । ଉକ୍ରଳ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସେତୁକୁ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ସମର୍ପିତ କରିବେ । ୩.୧୩ କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ଏହି ସେତୁ ନିର୍ମାଣ ପାଇଁ ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରୁ ୧୫୭ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ଏହି ସେତୁ ଦ୍ୱାରା କଟକରୁ ଢ଼େଙ୍କାନାଳର ଦୁରତା ୧୬ କିଲୋମିଟର କମିଯିବ । ଧବଳେଶ୍ୱରକୁ ପୀଠକୁ ମଧ୍ୟ ଭକ୍ତମାନେ ସୁବିଧାରେ ଓ ଶୀଘ୍ର ଯାଇପାରିବେ ।