ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ୩ ମୃତ

0
750

ମୋହନା: ଛିଟିଙ୍ଗ୍‌ ଘାଟିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟଛି। ଏକ ବାଇକ୍‌ ଭାରସାମ୍ୟ ହରାଇ ଗଛକୁ ପିଟିବାରୁ ୩ ଜଣଙ୍କ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ଗଞ୍ଜାମ ଜିଲ୍ଲା  ଜରଡ଼ା ଥାନା  ସିନ୍ଦରପୁର ଗାଁର ଜଟିଆ ବଳିଆର ସିଂ, ପୁଲପାଣି ଗାଁର ଦିବାକର ବଳିୟାର ସିଂ ଓ ଅନ୍ୟଜଣଙ୍କ ପରିଚୟ ମିଳି ପାରି ନାହିଁ। ଗତକାଲି ବିଳମ୍ୱିତ ରାତିରେ  ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଚନ୍ଦ୍ରଗିରି ତିବତୀୟ କୋଲନୀ ନିକଟରେ ୩ ଜଣଙ୍କ ଯୁବକ ବାଇକ୍‌ରେ ଚନ୍ଦ୍ରଗିରି ଠାରୁ ମହେନ୍ଦ୍ରଗଡ଼ ଅଭିମୁଖେ ଯାଉଥିବା ବେଳେ ତାଙ୍କ ଗାଡ଼ିଟି ଭାରସାମ୍ୟ ହରାଇ ରାସ୍ତାର ଡାହାଣ ପଟ ଗଛକୁ ପିଟି ହୋଇଥିଲା। ଘଟଣାସ୍ଥଳରେ ହିଁ ତିନି ଜଣଙ୍କର ମୃତ୍ୟୁ ଘଟିଥିଲା। ପୋଲିସ ମୃତକଙ୍କ ଶବ ଜବତ କରି ତଦନ୍ତ କରୁଛି।