ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : 108 ଭାଙ୍ଗିଲେ ଉତ୍ୟକ୍ତ ଲୋକ

0
770
amulance bhanga ruja
amulance bhanga ruja

ବାରିପଦା : ବାରିପଦାରେ ଏକ ସ୍କୁଟି ଓ ଟ୍ରକ ମଧ୍ୟରେ ଧକ୍କା ହେବାରୁ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଏହି ସଡକ ଦୁର୍ଘଟଣାକୁ ନେଇ ଉତେଜନା ଦେଖାଦେଇଛି । ଉତ୍ୟକ୍ତ ଲୋକମାନେ ବିଳମ୍ବରେ ଆସିଥିବା ଆମ୍ବୁଲାନ୍ସକୁ ଭଂଗାରୁଜା କରିଥିବା ଦେଖାଯାଇଛି । ତେବେ ପ୍ରାପ୍ତ ସୁଚନା ଅନୁଯାୟୀ, ଦିନ ୧୧ ଟାରେ ରଘୁନାଥପୁର ରାସ୍ତାରେ ସ୍କୁଟିକୁ ଟ୍ରକଟି ପଛପଟୁ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ପୁଅ ଶୁଭମ ପୋଦ୍ଦାରର ମୃତ୍ୟୁ ହୋଇଥିବାବେଳେ ମାଆ ଅନୀତା ପୋଦ୍ଦାର ଗୁରୁତର ହୋଇଛନ୍ତି ।