ମହଙ୍ଗା ପଡିଲା ମାଡ଼ : ବଦଳିଲେ ନିମାପଡ଼ା ଆଇଆଇସି

0
940
police torture on woman
police torture on woman

ନିମାପଡା : ବଦଳିଲେ ନିମାପଡ଼ା ଆଇଆଇସି । ଆଇଆଇସି ମୃତ୍ୟୁଞ୍ଜୟ ସ୍ୱାଇଁଙ୍କୁ ପୁରୀ ଜିଲ୍ଲା ପୋଲିସ ମୁଖ୍ୟ କାର୍ଯ୍ୟାଳୟକୁ ତାଙ୍କୁ ସ୍ଥାନାନ୍ତର କରାଯାଇଛି । ଥାନାକୁ ଆସିଥିବା ମହିଳାଙ୍କୁ ମାଡ଼ ମାରିବା ଅଭିଯୋଗରେ ନିମାପଡ଼ା ଥାନା ଆଇଆଇସିଙ୍କୁ ବଦଳି କରାଯାଇଛି ।

ମହଙ୍ଗା ପଡିଲା ଥାନାବାବୁଙ୍କ ଦବଙ୍ଗଗିରି । ଥାନାକୁ ଅଭିଯୋଗ କରିବାକୁ ଆସିଥିବା ଶାଶୁ ବାସନ୍ତୀ ପଳତାଙ୍କୁ ଆଇଆଇସି ମାଡ଼ ମାରିଥିଲେ । ବାରମ୍ବାର ଥାନାକୁ ଆସୁଛନ୍ତି ବୋଲି ତାଗିଦ କରିଥିଲେ । ଏହାର ଫଟୋ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବା ପରେ ଖବର ପ୍ରସାରଣ ହୋଇଥିଲା । ଏ ନେଇ ବାସନ୍ତୀ ଏସ୍‌ପିଙ୍କ ନିକଟରେ ଅଭିଯୋଗ କରିଥିଲେ । ଏହା ପରେ ଏସ୍‌ପି ସାର୍ଥିକ ଷଡ଼ଙ୍ଗୀ ଘଟଣାର ତଦନ୍ତ ଭାର ଅତିରିକ୍ତ ଏସ୍‌ପି ଧୀରେନ୍‌ କୁମାର ନନ୍ଦଙ୍କୁ ଦେଇଥିଲେ । ତଦନ୍ତ ଶେଷ ନ ହେବା ଯାଏଁ ଆଇଆଇସି ଜିଲ୍ଲା ପୋଲିସ ମୁଖ୍ୟ କାର୍ଯ୍ୟଳୟରେ କାମ କରିବେ ବୋଲି ଜଣାପଡ଼ିଛି ।