ମହାନଦୀରୁ ୪ ମୃତ ଦେହ ଉଦ୍ଧାର ଘଟଣା : ମହିଳାଙ୍କ ବାପା ଅଟକ

0
798
dead bodies
dead bodies

କୁଜଙ୍ଗ: ମହାନଦୀ ପଠାରୁ ମା ସହ ତିନି ସନ୍ତାନଙ୍କର ମୃତଦେହ ଉଦ୍ଧାର ଘଟଣାରେ ଆଜି ପୋଲିସ ମହିଳାଙ୍କ ବାପା ଅକ୍ଷୟ ସେଠୀଙ୍କୁ ଅଟକ ରଖି ଜେରା କରୁଛି ।
ପାରାଦ୍ୱୀପ କୁଜଙ୍ଗ ଜଗନ୍ନାଥପୁର ମହାନଦୀ ପଠାରୁ ମା ସହ ତିନି ସନ୍ତାନଙ୍କର ମୃତଦେହ ଉଦ୍ଧାର ଘଟଣାରେ ଆଜି ପୋଲିସ ମହିଳାଙ୍କ ବାପା ଅକ୍ଷୟ ସେଠୀଙ୍କୁ ଅଟକ ରଖିଛି । ଅକ୍ଷୟଙ୍କୁ କୁଜଙ୍ଗ ପୋଲିସ ଅଟକ ରଖି ଜେରା କରୁଛି । ଅନ୍ୟପକ୍ଷରେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ବେଳେ ଆଜି ଶବ ବ୍ୟବଚ୍ଛେଦ କରାଯିବ ବୋଲି ସୂଚନା ମିଳିଛି । ଗତକାଲି ମହାନଦୀ ପଠାରୁ ମା ସହ ତିନି ସନ୍ତାନଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା । ଜଗନ୍ନାଥପୁର ଗ୍ରାମର ମାମାନୀ ସେଠୀ, ଦୁଇ ଝିଅ ବର୍ଷା ଓ ଦିଶା ଏବଂ ପୁଅ ମୁନାର ସନ୍ଦେହ ଜନକ ଭାବେ ମୃତ୍ୟୁ ହୋଇଥିଲା । ଅସମୟରେ ମାମାନୀଙ୍କ ସ୍ୱାମୀ ବିଶ୍ୱମ୍ବର ସେଠୀ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ । ଏପ୍ରିଲ ୪ ତାରିଖରେ କଟକ ପାରାଦୀପ ରାସ୍ତାରେ ଏକ ସଡକ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ବିଶ୍ୱମ୍ବରଙ୍କ ପରିବାର ଅଭାବରେ ଆତ୍ମହତ୍ୟା କରିଛନ୍ତି ନାଁ ସେମାନଙ୍କୁ ହତ୍ୟା କରାଯାଇଛି ସେ ନେଇ ଏ ପର୍ୟ୍ୟନ୍ତ କିଛି ସ୍ପଷ୍ଟ ହୋଇ ନାହିଁ ।