ମହାନଦୀ ପ୍ରସଙ୍ଗ : ଗୃହ ଅଚଳ

0
916
assembly
assembly
ଭୁବନେଶ୍ୱର : ମହାନଦୀ ପ୍ରସଙ୍ଗକୁ ନେଇ ବିଧାନସଭାରେ  ହୋହାଲ୍ଲା    ଗୃହକୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି। ଗାନ୍ଧି ମୂର୍ତ୍ତି ତଳେ ଧାରଣା ଦେଲେ ବିଜେଡି ବିଧାୟକ ।
ଆଜି ବିଧାନସଭା ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନର ଆରମ୍ଭରୁ ହିଁ ଶାସକ ଦଳ ନାରାବାଜି ଦେଇଛି। ମହାନଦୀ ପ୍ରସଙ୍ଗକୁ ନେଇ ବିଜୁ ଜନତା ଦଳର ବିଧାୟକ ହୋହାଲ୍ଲା କରିବାରୁ ବାଚସ୍ପତି ଶ୍ରୀ ପ୍ରଦୀପ ଅମାତ ଗୃହକୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି। ଗୃହ ଅଚଳ ହେବା ପରେ ବିଜେଡିର ବିଧାୟକ ମାନେ ପ୍ଲାକାର୍ଡ ଧରି ଗାନ୍ଧୀମୂର୍ତି ତଳେ ଧାରଣାରେ ବସି ରହିଥିବା ଦେଖାଦେଇଛି। ମହାନଦୀ ପାଣି ଶୁଖିବା ନେଇ କେନ୍ଦ୍ର ସରକାରଙ୍କୁ ଦାୟୀ କରି ସେମାନେ ଶାନ୍ତିପୂର୍ଣ୍ଣ ଭାବରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।  ବୁଧବାର ବିଧାନସଭାରେ ନିର୍ଦ୍ଦାରିତ ସମୟରେ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଶାସକ ଦଳର ବିଧାୟକ ସମୀର ଦାଶ ମହାନଦୀ ପ୍ରସଙ୍ଗ ଉଠାଇ ଛତିଶଗଡ଼ ହୀରାକୁଦ ଉପରମୁଣ୍ଡରେ ତୁରନ୍ତ ନିର୍ମାଣ କାର୍ଯ୍ୟ ବନ୍ଦ ଦାବି ଓ ଟ୍ରିବୁନାଲ ଗଠନ ବିଳମ୍ବ ନେଇ ପ୍ରଶ୍ନ ଉଠାଇଥିଲେ। ଏ ନେଇ ବିଜେଡିର ବିଧାୟକମାନେ ଗୃହରେ ହୋ-ହାହ୍ଲା କରିବାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ କରିଦେଇଥିଲେ ବାଚସ୍ପତି ଶ୍ରୀ ପ୍ରଦୀପ ଅମାତ।   ଗୃହ ମଲତବୀ ନେଇ ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ ଦଳ ନେତା ନରସିଂହ ମିଶ୍ର। ରକ୍ଷକ ଭକ୍ଷକ ହେଲେ କାହାକୁ ଗୁହାରି କରିବ। ଆଗାମୀ ଦିନରେ ବିରୋଧୀ ଦଳରେ ବସିବାକୁ ପ୍ରୟାସ କରୁଛନ୍ତି। ଗୃହ କମିଟିର ବୈଠକ କଣ ପାଇଁ ବସୁନି ବୋଲି ସେ କହିଛନ୍ତି।

ବାରମ୍ବାର ଦାବି ପରେ ମହାନଦୀ ପ୍ରସଙ୍ଗରେ ଟ୍ରିବ୍ୟୁନାଲ ଗଠନ ହୋଇଛି। କେନ୍ଦ୍ର ସରକାର ପୁଣି ଆଲୋଚନା ପାଇଁ ଡାକୁଛନ୍ତି। ବିଜେପିର ଦୋମୁହାଁ ନୀତି ପଦାରେ ପଡ଼ିଛି ଥିବା ବିଜେଡି ବିଧାୟକ ସମୀର ଦାଶ ପ୍ରକାଶ କରିଛନ୍ତି।

ଗୃହର ପ୍ରାରମ୍ଭରୁ ବିଜେଡ଼ିର ନାରାବାଜୀ ନେଇ ଗୃହ ଅଚଳ ହେବା ପରେ ବିଜେପି ନେତା ପ୍ରଦୀପ ପୁରୋହିତ କହିଛନ୍ତି ଯେ ବିଜେଡି ନାଟକ କରୁଛି। ଶାସକ ଦଳର ଅସଲ ଚେହେରା ପଦାରେ ପଡ଼ିଛି। ଶସ୍ତା ରାଜନୀତି ପାଇଁ ଉଦ୍ୟମ ହେଉଥିବା ସେ କହିବା ସହ ବିଜେପି ମହାନଦୀ ପ୍ରସଙ୍ଗରେ ଆଲୋଚନା ପାଇଁ ପ୍ରସ୍ତୁତ ବୋଲି କହିଛନ୍ତି ଶ୍ରୀ ପୁରୋହିତ।